ଦେଶସ୍ୱତନ୍ତ୍ର

ଗ୍ରାହକଙ୍କ ପାଇଁ ଖୁସି ଖବର,ହ୍ରାସ ପାଇଲା ସୁନା ଓ ରୂପା ଦର

ଗ୍ରାହକଙ୍କ ପାଇଁ ଖୁସି ଖବର । ଆଗାମୀ ଦିନରେ ପାର୍ବଣ ସାଙ୍ଗକୁ ବିବାହ ସିଜିନ । ଏଥିପାଇଁ ସୁନା ଓ ରୂପା ଦରରେ ହ୍ରାସ ପାଇଛି ।  ସୁନା ଦର ଗ୍ରାମ ପିଛା ୧୫୨୨ ଟଙ୍କା କମିଥିବାବେଳେ ରୂପା ମୂଲ୍ୟ ବି କିଲୋ ପିଛା ୭୯୩ ଟଙ୍କା କମିଛି । ଏନେଇ ଅଲ ଇଣ୍ଡିଆ ଜୁଏଲରୀ ଆସୋସିଏସନ ପକ୍ଷରୁ ସୂଚନା ମିଳିଛି ।

୨୪ କ୍ୟାରେଟ୍‌ ସୁନା ଦର ୫୦ ହଜାର ୮୬୩ ଟଙ୍କା ଥିବାବେଳେ ଏହା ଏବେ ୪୯ ହଜାର ୩୪୧ ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ମୂଲ୍ୟ ୫୫ ହଜାର ୧୪୪ ଟଙ୍କାରେ ପହଞ୍ଚିଛି ।

ଆଇବିଜିଏ ଜାରି କରିଥିବା ସୁନା ଦର କ୍ୟାରେଟ୍‌ ଅନୁସାରେ ସବୁଠି ଅଲଗା ରହିଛି । ଏହି ସମସ୍ତ ଦାମ ଟ୍ୟାକ୍ସ ଓ ମେକିଂ ଚାର୍ଜକୁ ବାଦ୍‌ ଦେଇ ନିର୍ଦ୍ଧାରିତ କରାଯାଇଥାଏ । ସମଗ୍ର ଦେଶରେ ଆଇବିଜିଏର ନିର୍ଦ୍ଧାରିତ ଦର ଲାଗୁ ହୋଇଥାଏ । ଯେଉଁଥିରେ ଜିଏସଟିକୁ ସାମିଲ କରାଯାଇ ନଥାଏ ।

 

Show More

Related Articles

Back to top button