ଅପରାଧଦେଶସ୍ୱତନ୍ତ୍ର

ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଉଥିବାବେଳେ ଭୟଙ୍କର ବୋମାମାଡ

ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଉଥିବାବେଳେ ଭୟଙ୍କର ବୋମାମାଡ । ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଟଟାଗର୍ଡ ସ୍କୁଲ୍‌ରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଖବର ପାଇ ପୁଲିସ ଘଟଣା ସ୍ଥଳଲେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ୧୧ଟା ସମୟରେ ଉତ୍ତର ୨୪ ପ୍ରଗଣା ଟଟାଗର୍ଡ ସ୍କୁଲ୍‌ରେ ସ୍କୁଲ୍‌ରେ ପିଲାଙ୍କ କ୍ଲାସ ଚାଲିଥିବାବେଳେ ହଠାତ୍ ଭୟଙ୍କର ଗର୍ଜନ କରି ବୋମା ଫୁଟିଥିଲା । ଚମକି ପଡ଼ି ଶ୍ରେଣୀ କକ୍ଷରୁ ଦୌଡି ବାହାରି ଆସିଲେ ଶିକ୍ଷକ ଓ ଛାତ୍ରଛାତ୍ରୀ। ବୋମାମାଡରେ ସ୍କୁଲ୍‌ର ଏକ କକ୍ଷରେ ଛାତ ଓ କାନ୍ଥ ଭାଙ୍ଗିଯାଇଚି । ତେବେ କିଏ ଏବଂ କାହିଁକି ଏମିତି କଲା , ସେ ବିଷୟରେ ତଦନ୍ତ ଜାରି ରଖିଛି ପୋଲିସ ।

 

 

Show More

Related Articles

Back to top button