Breaking PLUSଦେଶମୁଖ୍ୟ ଖବର

ଆଜିଠୁ ପିଏମ ମୋଦିଙ୍କ ଦୁଇଦିନିଆ ୟୁଏଇ ଗସ୍ତ, ଆବୁଧାବିରେ ଭବ୍ୟ ହିନ୍ଦୁ ମନ୍ଦିରର କରିବେ ଉଦଘାଟନ

ନୂଆଦିଲ୍ଲୀ, 13 ଫେବୃଆରୀ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ସଂଯୁକ୍ତ ଆରବ ଏମିରେଟକୁ ଦୁଇ ଦିନିଆ ଗସ୍ତରେ ଯାଉଛନ୍ତି । ଯାତ୍ରା ସମୟରେ ପିଏମ ମୋଦି ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟଦ ଅଲ ନାହୟାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ସେ ଆବୁଧାବିରେ ହିନ୍ଦୁମନ୍ଦିର ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀ ନାରାୟଣ ସଂସ୍ଥା ମନ୍ଦିରର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ମୋଦି ଆବୁଧାବିରେ ଭାରତୀୟ ସମୁଦାୟକୁ ବି ସମ୍ବୋଧିତ କରିବେ ।
ନୂଆଦିଲ୍ଲୀରେ ବୈଦେଶିକ ସଚିବ ବିନୟ ମୋହନ କ୍ୱତ୍ରା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଯାତ୍ରା ସମୟରେ ୟୁଏଇର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ପିଏମ ମୋଦି ଦୁବାଇରେ ବିଶ୍ୱ ସରକାର ଶିଖର ସମ୍ମିଳନୀ-2024ରେ ଭାଗ ନେବେ ।

Show More

Related Articles

Back to top button