Breaking PLUSଦେଶମୁଖ୍ୟ ଖବର

ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ରାସ୍ତାରେ ନୱାଜ ସରିଫ୍

ଇମ୍ରାନ୍ ଖାନଙ୍କ ପାର୍ଟି ପିଟିଆଇ ବିପକ୍ଷରେ ବସିବାକୁ ପ୍ରସ୍ତୁତ

ଇସଲମାବାଦ, 13 ଫେବୃଆରୀ- ପାକିସ୍ତାନରେ ପୁଣି ଥରେ ନୱାଜ ସରିଫ ପ୍ରଧାନମନ୍ତ୍ରୀ ହେବା ରାସ୍ତାରେ ଆଗକୁ ବଢୁଛନ୍ତି । ଦେଶର ପରବର୍ତ୍ତୀ ସରକାର ମେଣ୍ଟ ହେବ କିମ୍ବା ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତହରିକ୍ ଏ ଇନସାଫ ବିରୋଧୀ ଆସନରେ ବସିବ ।
ତାଜା ରିପୋର୍ଟ ମୁତାବକ, ନୱାଜ ସରିଫଙ୍କ ପାର୍ଟି-ପାକିସ୍ତାନ ମୁସଲିକ ଲିଗ, ବିଲାବଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ଓ ମୁତ୍ତାହିଦା କୌମୀ ମୁଭମେଣ୍ଟ ନିଜ ଭିତରେ ବୁଝାମଣା କରି ପାକିସ୍ତାନରେ ନୂଆ ସରକାର ଗଠନ କରିପାରନ୍ତି । ଅନ୍ୟପଟେ ପିପିପିର ଗୋଟିଏ ଗୋଷ୍ଠୀ ବିଲାୱାଲଙ୍କ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଓକିଲାତି କରୁଛନ୍ତି । ଏଥିପାଇଁ 5ବର୍ଷର ସରକାରଙ୍କ କାର୍ଯ୍ୟକାଳର ନେତୃତ୍ୱକୁ ନେଇ ବୁଝାମଣା ଚାଲିଛି । ପ୍ରଥମ ତିନିବର୍ଷ ପିଏମଏଲ ଏନକୁ ଓ ପର ଦୁଇ ବର୍ଷ ପିପିପିକୁ ମିଳିପାରେ ।

Show More

Related Articles

Back to top button