Breaking PLUSଦେଶମୁଖ୍ୟ ଖବର

ବୋକାରୋରେ ନକ୍ସଲଙ୍କୁ ଘେରିଲେ ସିଆରପିଏଫ, ଗୁଳି ବିନିମୟ ଆରମ୍ଭ

ବୋକାରୋ, 13 ଫେବୃଆରୀ- ଝାରଖଣ୍ଡର ବୋକାରୋ ଜିଲ୍ଲାର ବେରମୋ ଅନୁମଣ୍ଡଳର ନକ୍ସଲ ପ୍ରଭାବିତ ଝୁମରାର ତଲହଟୀ ସ୍ଥିତ ଚତରୋଚଟ୍ଟୀ ଥାନା ଅନ୍ତର୍ଗତ ଚିୟାଟାଂଡ ଏବଂ ଦଣ୍ଡରାର ମଧ୍ୟଜଙ୍ଗଲରେ ମଙ୍ଗଳବାର ସକାଳେ ସିଆରପିଏଫ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ସିଆରପିଏଫର 26ତମ ବାଟାଲିୟନକୁ ଜଙ୍ଗଲରେ ନକ୍ସଲମାନେ ଲୁଚି ରହିଥିବା ନେଇ ଖବର ମିଳିଥିଲା । ଏହାପରେ ସିଆରପିଏଫ ଯବାନମାନେ ନକ୍ସଲଙ୍କୁ ଚାରିପଟୁ ଘେରିଯାଇଛନ୍ତି ।
ଜଙ୍ଗଲରେ ଲୁଚିରହିଥିବା ନକ୍ସଲମାନେ ସିଆରପିଏଫ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଯବାନମାନେ ଜବାବରେ ଗୁଳି ଚଳାଇଥିଲେ । ଉଭୟଙ୍କ ମଧ୍ୟରେ ଫାୟାରିଂ ଜାରି ରହିଛି । ଗୁଳିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି ।

Show More

Related Articles

Back to top button