Breaking PLUSଦେଶମୁଖ୍ୟ ଖବର

ଚାଷୀ ଆନ୍ଦୋଳନ- ଲୋକଙ୍କୁ ବିକଳ୍ପ ମାର୍ଗ ଆପଣାଇବାକୁ ପରାମର୍ଶ

ନୂଆଦିଲ୍ଲୀ, 13 ଫେବୃଆରୀ – ଚାଷୀ ଆନ୍ଦୋଳନକାରୀମାନେ ବିରୋଧ ପ୍ରଦର୍ଶନ କରିବା ପାଇଁ ମଙ୍ଗଳବାର ସକାଳ 10ଟାରୁ ଦିଲ୍ଲୀ ଚଲ୍ଲୋ ଘୋଷଣା କରିଛନ୍ତି । ଏହି କ୍ରମରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଦିଲ୍ଲୀରେ ମାର୍ଚ୍ଚ 12ଯାଏ 144 ଧାରା ଲାଗୁ କରାଯାଇଛି ।
ଅନ୍ୟ ରାଜ୍ୟକୁ ଲାଗିଥିବା ସୀମାନ୍ତରେ ବହୁ ସଂଖ୍ୟାରେ ସୁରକ୍ଷାବଳ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବଦରପୁର ସୀମାନ୍ତରେ ଦିଲ୍ଲୀ ସୀମା ହରିୟାଣା ଓ ଫରିଦାବାଦ ସହିତ ଲାଗି କରିରହିଛି । ଉତ୍ତରପ୍ରଦେଶ ଓ ହରିୟାଣା ସହିତ ଲାଗିକରି ଥିବା ସୀମାରେ ବ୍ଲକର୍ସ ଲଗାଯାଇଛି । 5ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ସୀମାରେ ମୁତୟନ କରାଯାଇଛି ।
ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଗାଜିପୁର ବର୍ଡରରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଗାଜିପୁର ସୀମାରୁ ଗାଜିଆବାଦ ଯାଉଥିବା ଗାଡି ଆଜି ଅକ୍ଷରଧାମ ମନ୍ଦିର ସମ୍ମୁଖରୁ ପୁଶ୍ତା ରେଡ କିମ୍ବା ପଟପଡଗଞ୍ଜ ରୋଡ୍/ମଦର ଡାଏରୀ ରୋଡ କିମ୍ବା ଚୌଧୁରୀ ଚରଣ ସିଂହ ମାର୍ଗ ଆଇଏସବିଟି ଆନନ୍ଦ ବିହାର ଓ ଗାଜିଆବାଦରେ ମହାରାଜପୁର କିମ୍ବା ଅପସରା ସୀମାରୁ ବାହାରକୁ ଯାଇପାରିବେ ।

Show More

Related Articles

Back to top button