Breaking PLUSଦେଶ ବିଦେଶମୁଖ୍ୟ ଖବର

ରଫାହରେ ବୋମା ବର୍ଷଣ କରି 2 ବନ୍ଧକଙ୍କୁ ମୁକ୍ତ କଲା ଇସ୍ରାଏଲ, 74 ମୃତ

ରଫାହ, 13 ଫେବୃଆରୀ- ଇଟାଲୀ ସୀମା ନିଜର ଗାଜାର ଦକ୍ଷିଣ ସହର ରଫାହରେ ଇସ୍ରାଏଲ ସୁରକ୍ଷାବଳମାନେ ଆକାଶମାର୍ଗରେ ଜୋରଦାର ହମ୍‌ଲା କରିଛନ୍ତି । ବୋମା ବର୍ଷଣରେ ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସ କବଳରୁ 2ଜଣ ବନ୍ଧକଙ୍କୁ ସୁରକ୍ଷିତ ମୁକୁଳାଯାଇଛି । ରାତି ସାରା ହୋଇଥିବା ବୋମାବର୍ଷରେ ପାଲେଷ୍ଟାଇନର 74ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି ।
ଆମେରିକାର ପ୍ରମୁଖ ଖବର କାଗଜ ଦ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ମୁତାବକ, ଇସ୍ରାଏଲ ସେନା ବିନା କୌଣସି କ୍ଷତିରେ ଦୁଇଜଣ ବନ୍ଧକଙ୍କୁ ହମାସର ଠିକଣାରୁ ବାହାରକୁ ମୁକ୍ତ କରିଛି । ଏହି ସହରରେ 12ରୁ ଅଧିକ ପାଲେଷ୍ଟାନୀୟଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ମୁତାବକ ଏହି ଘଟଣାକ୍ରମର ପ୍ରଭାବ ଅନ୍ୟ ବନ୍ଧକଙ୍କ ମୁକ୍ତ ଊପରେ ଇସ୍ରାଏଲ ଓ ହମାସ ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ବୁଝାମଣା ପ୍ରୟାସ ଉପରେ ପଡିବ ନାହିଁ ।

Show More

Related Articles

Back to top button