Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ସିଙ୍ଗାପୁରର ନୂଆ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ ମୋଦି

ନୂଆଦିଲ୍ଲୀ: ସିଙ୍ଗାପୁରର ନୂତନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିଙ୍ଗାପୁରର ରାଷ୍ଟ୍ରପତି ଭାବେ ମନୋନିତ ହୋଇଥିବାରୁ ଶନିବାର ଦିନ ପିଏମ ମୋଦି ଥର୍ମନ ଶନମୁଗରତ୍ନମଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ
କହିଛନ୍ତି ଯେ, ସିଙ୍ଗାପୁରର ରାଷ୍ଟ୍ରପତି ଭାବେ ଚୟନ ହୋଇଥିବାରୁ ଥର୍ମନ ଶନମୁଗରତ୍ନମଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଭାରତ-ସିଙ୍ଗାପୁର ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ମୁଁ ଆପଣଙ୍କ ସହ ମିଶି କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏଠାରେ ସୂଚନାଯୋଗ୍ୟ ସିଙ୍ଗାପୁରରେ ଜନ୍ମଗ୍ରହଣ କରିଥିବା ଭାରତୀୟ ବଂଶୋଦ୍ଭବ ତଥା ଅର୍ଥନୀତିଜ୍ଞ ଥର୍ମନ ଶନମୁଗରତ୍ନମ ଶୁକ୍ରବାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । 66 ବର୍ଷୀୟ ଶନମୁଗରତ୍ନମ 2022ରୁ 2029 ପର୍ଯ୍ୟନ୍ତ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ଥିଲେ ।

Show More

Related Articles

Back to top button