Breaking PLUSଦେଶମୁଖ୍ୟ ଖବର

ସୁଦର୍ଶନ ସେତୁର ଲୋକାର୍ପଣ କଲେ ପିଏମ ମୋଦି

ଓଖା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳେ ଓଖା ଓ ଭେଟ ଦ୍ୱାରକାକୁ ଯୋଡୁଥିବା ସୁଦର୍ଶନ ସେତୁର ଲୋକାର୍ପଣ କରିଛନ୍ତି । ସକାଳେ ଭେଟ ଦ୍ୱାରକା ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିବା ପରେ ସକାଳ 8.25ମିନିଟ ସମୟରେ ସେତୁର ଲୋକାର୍ପଣ କରିଥିଲା ।
ପ୍ରଧାନମନ୍ତ୍ରୀ ଏଠାରୁ ଦ୍ୱାରକା ଯାଏ ରୋଡ ଶୋ କରିବା ପରେ ଦ୍ୱାରକାରେ ଜଗତ ମନ୍ଦିର ପହଞ୍ଚିବେ । ଏଠାରେ ଦ୍ୱାରିକାଧୀଶଙ୍କ ଦର୍ଶନ କରିବା ପରେ ଦିନ 12.30 ମିନିଟରେ ସଭାକୁ ସମ୍ବୋଧିତ କରିବେ । ଏହି ସ୍ଥାନରୁ ପ୍ରଧାନମନ୍ତ୍ରୀ ଦେବଭୂମି ଦ୍ୱାରକା, ଜାମନଗର ଓ ପୋରବନ୍ଦର ଜିଲ୍ଲାର 4ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର 11 ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଓଖା-ଭେଟ ଦ୍ୱାରକା ବ୍ରିଜ ପାଇଁ 2017 ମସିହା ଅକ୍ଟୋବର 7 ତାରିଖ ଶିଳାନ୍ୟାସ କରିଥିଲେ । ରବିବାର ଏହି ସୁଦର୍ଶନ ସେତୁର ଲୋକାର୍ପଣ କରିଥିଲେ । ବ୍ରିଜରୁ ସେ ସମୁଦ୍ରର ଦୃଶ୍ୟ ଦେଖିଥିଲେ ଏବଂ ନୌକାରେ ଯାଉଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ କରିଥିଲେ ।

Show More

Related Articles

Back to top button