Breaking PLUSଦେଶମୁଖ୍ୟ ଖବର

ଲୋକସଭା ନିର୍ବାଚନ 2024- ମେଣ୍ଟ ଘୋଷଣା କଲେ କଂଗ୍ରେସ ଓ ଆପ୍

ଦିଲ୍ଲୀରେ ତିନୋଟି ସିଟ୍‌ରେ ଲଢିବ କଂଗ୍ରେସ

ନୂଆଦିଲ୍ଲୀ,24 ଫେବୃୟାରୀ – ଆମ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଲୋକସଭା ନିର୍ବାଚନରେ ମେଣ୍ଟକୁ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଛି । ଉଭୟ ପାର୍ଟି 5ଟି ରାଜ୍ୟ ଦିଲ୍ଲୀ, ଗୁଜରାଟ, ହରିୟାଣା, ଚଣ୍ଡିଗଡ ଓ ଗୋଆରେ ଲୋକସଭା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ହୋଇଛି । ଚଣ୍ଡିଗଡ ଲୋକସଭା ସିଟରେ କଂଗ୍ରେସ ଏକୁଟିଆ ନିଜ ଦମରେ ନିର୍ବାଚନ ଲଢିବ । ଗୋଆରେ କଂଗ୍ରେସ ଦୁଇଟି ସିଟରେ ନିର୍ବାଚନ ଲଢିବ ।
ଆସନ୍ତା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏବଂ ଆପ୍ ମଧ୍ୟରେ ଆସନ ବାଣ୍ଟିବାର ଆନୁଷ୍ଠାନିକ ଘୋଷଣା କଂଗ୍ରେସ ସାଧାରଣ ସମ୍ପାଦକ ତଥା ସାଂସଦ ମୁକୁଲ ୱାସନିକ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କଂଗ୍ରେସ ମହାସଚିବ ତଥା ସାଂସଦ ମୁକୁଲ ୱାସନିକ ସିଟ୍ ବଣ୍ଟନକୁ ନେଇ ଔପଚାରିକ ଘୋଷଣା କରି କହିଛନ୍ତି ଯେ, ଦିଲ୍ଲୀରେ କଂଗ୍ରେସ 3ଟି ଓ ଆପ 4ଟି ନିର୍ବାଚନ ଲଢିବେ ।
ଗୁଜରାଟରେ 26ଟି ଆସନରୁ କଂଗ୍ରେସ 24ଟି ଆପ୍ 2ଟି ନିର୍ବାଚନ ଲଢିବ । ହରିୟାଣାରେ କଂଗ୍ରେସ 9ଟି ଓ ଆପ୍ ଗୋଟିଏ ଆସନରେ ନିର୍ବାଚନ ଲଢିବ । ଆପ୍ ଓ କଂଗ୍ରେସ ଏହି ସମସ୍ତ ସ୍ଥାନରେ ଏକସାଥୀରେ ପ୍ରଚାର କରିବେ ଏବଂ ଉଭୟ ପାର୍ଟିର ପ୍ରାର୍ଥୀ ଓ ଭାରତୀୟ ମେଣ୍ଟର ଅନ୍ୟ ଦଳ ପାଇଁ ନିର୍ବାଚନ ଲଢିବେ ।

Show More

Related Articles

Back to top button