Breaking PLUSଓଡ଼ିଶାମୁଖ୍ୟ ଖବର

ପୁଣି ଏଆଇ ଧରିଲା ମାଟ୍ରିକ୍ ତ୍ରୁଟି

ଭୁବନେଶ୍ବର: ପୁଣି ଏଆଇ ଧରିଲା ମାଟ୍ରିକ୍ ତ୍ରୁଟି। ଏଆଇ ଓ ସିସି ଟିଭି ସର୍ଭେଲାନ୍ସରେ ମାଟ୍ରିକ୍ ପରୀକ୍ଷା ତ୍ରୁଟି ଧରାପଡିଛି। ଏ ନେଇ ବିଏସଇ କମାଣ୍ଡ କଣ୍ଟେ୍ରାଲ୍ ରୁମ୍ ସୂଚନା ଜାରି କରିଛି। ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ଦୁଇଟି ଲେଖାଏଁ ସ୍କୁଲରେ ତ୍ରୁଟି ଧରାପଡିଛି। କେନ୍ଦୁଝର, ନବରଙ୍ଗପୁର ଓ ଗଜପତିର ଗୋଟିଏ ଲେଖାଏଁ ସ୍କୁଲରେ ତ୍ରୁଟି ପରିଲକ୍ଷିତ ହୋଇଛି। ଭଦ୍ରକ ଜିଲ୍ଲାରେ ଧାର୍ଯ୍ୟ ସମୟ ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଥିବା ଜଣାପଡିଛି। ଯାଜପୁରରେ ପ୍ରଧାନ ଶିକ୍ଷକଙ୍କ ଚାମ୍ବରରେ ପ୍ରଶ୍ନପତ୍ର ଆଗୁଆ ଖୋଲାଯାଇଛି। ଆଉ କେତେକ ସ୍ଥାନରେ ପରୀକ୍ଷାର୍ଥୀ କପି କରିବାର ପ୍ରମାଣ ମଧ୍ୟ ମିଳିଛି। ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ଓ ଇନଭିଜିଲେଟରଙ୍କୁ ଏ ନେଇ ବୋର୍ଡ ପକ୍ଷରୁ ଚେତାବନୀ ଦିଆଯାଇଛି।

Show More

Related Articles

Back to top button