Breaking PLUSଦେଶମୁଖ୍ୟ ଖବର

ମହଙ୍ଗା ହୋଇପାରେ ଅନଲାଇନ୍ ଫୁଡ ଡେଲିଭରି !

ଅନଲାଇନ ଫୁଡ ଲଭର୍ସଙ୍କୁ ଝଟକା । ଆଗକୁ ମହଙ୍ଗା ହୋଇପାରେ ଅନଲାଇନ୍ ଫୁଡ ଡେଲିଭରି । ଜିଏସଟି କାଉନସିଲ କମିଟିର ବୈଠକରେ ଏନେଇ ଆଲୋଚନା କରାଯାଉଛି ।

ସ୍ୱିଗି ଓ ଜୋମାଟୋ ପରି ଫୁଡ ଡେଲିଭରି ଆପ୍ସ ଗୁଡିକୁ ୫ ପତିଶତ ଜିଏସଟି ଅନ୍ତର୍ଭୁକ୍ତ କରିବାକୁ କିମଟିର ଫିଟମେଣ୍ଟ ପ୍ୟାନେଲ ସୁପାରିଶ କରିବା ପରେ ଏନେଇ ନିଷ୍ପତ୍ତି ନେବ ଜିଏସଟି କାଉନସିଲ କମିଟି । ଶୁକ୍ରବାର ଲକ୍ଷ୍ନୋ ଠାରେ ଏନେଇ ଜିଏସଟି ପରିଷଦ କମିଟି ବୈଠକ ଅନୁଷ୍ଠିତ ହେବ । ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ ଯୋଗ ଦେବେ । ବର୍ତ୍ତମାନର ଅର୍ଥିକ ବ୍ୟବସ୍ଥା ଅନୁଯାୟୀ ଟ୍ୟାକ୍ସ ଆକାରରେ ସରକାରଙ୍କୁ ବାର୍ଷିକ ୨ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି । ତେଣୁ ଏହି ବ୍ୟବସ୍ଥା ଉପରେ ପୁନଃ ବିଚାର କରି ପରିବର୍ତ୍ତନ କରାଯିବ ବୋଲି କୁହାଯାଉଛି । ଏହାସହ ପେଟ୍ରୋଲ ଓ ଡିଜେଲର ଦର ସହ କରୋନା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଦରଦାମ ଉପରେ ମଧ୍ୟ ଆଲୋଚନା କରାଯିବାର ସୂଚନା ରହିଛି ।

Show More

Related Articles

Back to top button