ଓଡ଼ିଶା

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍

ମୋଟ୍ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ

ଉପରମୁଣ୍ଡରେ ଲାଗି ରହିଛି ବର୍ଷା । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍ ଖୋଲାଯାଇଛି । ଏହାପରେ ମୋଟ୍ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦର ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୬୨୮.୧୦ ଫୁଟ ଜଳସ୍ତର ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୭.୮୩ ଫୁଟ ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷ ୬୦ ହଜାର ୬୦୯ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାର ମଧ୍ୟରୁ ୧ ଲକ୍ଷ ୨୭ ହଜାର ୧୯୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା ।

Show More

Related Articles

Back to top button