ବାଣିଜ୍ୟ

କ୍ରିପ୍ଟୋ କରେନ୍ସି ଲାଭ ଉପରେ ଲାଗିବ ଟ୍ୟାକ୍ସ !

ବଜେଟରେ ବଦଳିବ ଆୟକର ଆଇନ

ଆଗାମୀ ବଜେଟରେ ସରକାର ଆୟକର ଆଇନରେ ପରିବର୍ତ୍ତନ ଆଣିବା ପାଇଁ ବିଚାର କରୁଛନ୍ତି । କ୍ରିପ୍ଟୋକରେନ୍ସିରୁ ମିଳୁଥିବା ଲାଭ ଉପରେ ଟିକସ ଲଗାଇବା ପାଇଁ ସରକାର ଏହା ଉପରେ ବିଚାର କରୁଥିବା ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । ରାଜସ୍ୱ ସଚିବ ତରୁଣ ବଜାଜ କହିଛନ୍ତି ଯେ, କ୍ରିପ୍ଟୋକରେନ୍ସିରୁ ହେଉଥିବା ଆୟ ଉପରେ ଲୋକେ ପୁଞ୍ଜି ଲାଭ ଟିକସ ପ୍ରଦାନ କରୁଛନ୍ତି । ଯେହେତୁ କ୍ରିପ୍ଟୋ ବଜାର ଦ୍ରୁତ ବେଗରେ ବଢ଼ିଗଲାଣି ଆଗକୁ ଟିକସ ଆଇନରେ ପରିବର୍ତ୍ତନ ଆଣିବା ଉପରେ ବିଚାର କରାଯାଉଛି । ଏ ନିଷ୍ପତ୍ତି ବଜେଟ୍‌ର ଅଂଶ ରହିବ । ଯେହେତୁ ଆଗକୁ ବଜେଟ୍‌ ଅଛି ଏହାକୁ ସେତେବେଳେ ସମୀକ୍ଷା କରାଯିବ ।

କ୍ରିପ୍ଟୋ କାରବାରରେ ଟିସିଏସ୍‌(ଟାକ୍ସ କଲେକ୍ଟେଡ୍‌ ଆଟ୍‌ ସୋର୍ସ) ପ୍ରଚଳନ କରାଯିବ କି ପ୍ରଶ୍ନରେ ସଚିବ କହିଛନ୍ତି ଯେ, ନୂଆ ଆଇନ ଆସିଲେ ସେତେବେଳେ ଚିନ୍ତା କରିବୁ କ’ଣ କରାଯାଇପାରିବ । ସଚିବ କହିଛନ୍ତି ଯେ, ଯଦି ଲୋକେ ଆୟ କରୁଛନ୍ତି ତା’ହେଲେ ଟିକସ ନିଶ୍ଚିତ ଦେବେ । ସମ୍ପ୍ରତି ଭର୍ଚୁଆଲ କରେନ୍ସି ବା କ୍ରିପ୍ଟୋକରେନ୍ସିକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଛି । ଭାରତରେ ମଧ୍ୟ ଏ ନେଇ ମାନସମନ୍ଥନ ଜାରି ରହିଛି । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଆସନ୍ତା ଆର୍ଥିକବର୍ଷର ପ୍ରଥମ ତ୍ରୈମାସରେ ପାଇଲଟ୍‌ ଭିତ୍ତିରେ ଏକ ଡିଜିଟାଲ କରେନ୍ସି ଆଣିପାରେ ବୋଲି ଜଣାପଡ଼ିଛି । ଆର୍‌ବିଆଇର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

Show More

Related Articles

Back to top button