ଦେଶ ବିଦେଶମୁଖ୍ୟ ଖବର

ଗୌହାଟିରେ ଭୂମିକମ୍ପ

ରିକ୍ଟର ସ୍କେଲରେ ତୀବ୍ରତା ୪.୧

ଆସାମ ରାଜଧାନୀ ଗୌହାଟୀରେ ଶନିବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ମଧ୍ୟହ୍ନ ପ୍ରାୟ ଗୋଟାଏ ବେଳେ ଅନୁଭୂତ ହୋଇଥିବା ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ଥିବା ଜଣାପଡିଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲଜି ଭୂମିକମ୍ପ ପୁଷ୍ଟି କରିଛନ୍ତି। ତେବେ ଭୂମିକମ୍ପ ଯୋଗୁ କୌଣସି ଠାରେ ଧନଜୀବନ ହାନୀ ସମ୍ପର୍କିତ ସୂଚନା ମିଳି ନାହିଁ। ଏହି ଭୂମିକମ୍ପର ଉତ୍ପତି ସ୍ଥଳ କାମରୂପ ଜିଲ୍ଲାରେ ଥିବା ସେଣ୍ଟର ଫର ସିସମୋଲଜି ସୂଚିତ କରିଛନ୍ତି। ଭୂ-ପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଭୂମିକମ୍ପ ସୃଷ୍ଟି ହୋଇଥିଲା। ଏଣୁ କାମରୂପ ଜିଲ୍ଲା ସମେତ ରାଜଧାନୀ ଗୌହାଟୀ ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଛି।

 

ପ୍ରଭାବିତ ଅଞ୍ଚଳର କେତେକ ସ୍ଥାନରେ ଘରମାନଙ୍କ କାନ୍ଥରେ ଫାଟ ପଡିଥିବା ଜଣାପଡିଛି। ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ମଧ୍ୟ ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେତେବେଳେ କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ମପା ଯାଇଥିଲା। ଏଥିରେ ମଧ୍ୟ ସେପରି କୌଣସି ବଡ଼ ଧରଣର କ୍ଷୟକ୍ଷତି ଅଭିଯୋଗ ନଥିଲା। ଶୁକ୍ରବାର ବିଲମ୍ବିତ ରାତ୍ରିରେ ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାରେ ଭୂମିକମ୍ପ ହୋଇଥିବାର ସକାଳେ ସୂଚନା ମିଳିଛି। ଏହା ମଧ୍ୟ ଏକ ମୃଦୁ କମ୍ପନ ଥିଲା। ସିସମୋଲଜି ସେଣ୍ଟରଙ୍କ ଅନୁସାରେ ଏଠାରେ କମ୍ପନର ତୀବ୍ରତା ୩.୪ ମପାଯାଇଛି।

Show More

Related Articles

Back to top button