Breaking PLUSଓଡ଼ିଶାମୁଖ୍ୟ ଖବର

ବଦଳିବ ପାଗ

ଉପକୂଳ ଓଡ଼ିଶାରେ ଖସିବ ପାରଦ, ୨୩ରୁ ବଢ଼ିବ ଶୀତ

ଆସନ୍ତା ୨୩ ତାରିଖରୁ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ଶୀତ ବଢ଼ିବ । ଝାରସୁଗୁଡା, ବରଗଡ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ୨୩ରୁ ୨୫ ଯାଏ ୪ଡିଗ୍ରୀ ଶୀତ କମିବ । ୨୬ ତାରିଖରୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ । ରାତି ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଏହି ଆକଳନ କରିଛନ୍ତି । ସେହିପରି ରବିବାରଠୁ ଆଭ୍ୟନ୍ତରୀଣ ଉତ୍ତର ଓଡିଶାରେ ସର୍ବନିମ୍ନ ତାପମାତ୍ରା ବଢ଼ିବ ।

୨୩ ତାରିଖରୁ ଏହା ପୁଣି କମିବ । ଅନୁଗୁଳ, ଢେଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୫ ତାରିଖ ଯାଏ ଜାଡ ରହିବ । ଉପକୂଳ ଓଡ଼ିଶାରେ ଶୁକ୍ରବାର ରାତିରୁ ସର୍ବନିମ୍ନ ତାପମାତ୍ରା ବଢିବ । ଥଣ୍ଡା କମିଯିବ । ଆସନ୍ତା ଦୁଇ ଦିନ ଭିତରେ ରାତି ତାପମାତ୍ରା ୪ରୁ ୫ଡିଗ୍ରୀ ବଢିବ । ୨୫ ତାରିଖ ଯାଏ ପାଗ ଅପରିବର୍ତ୍ତିତ ରହିବ । ଏହାପରେ ୨୬ ଓ ୨୭ ତାରିଖ ଦୁଇ ଦିନ ରାତି ତାପମାତ୍ରା ୨ ଡିଗ୍ରୀ କମିପାରେ । ପଶ୍ଚିମ କେନ୍ଦ୍ରୀୟ ଓଡ଼ିଶାରେ ୨୪ରୁ ୨୬ ତାରିଖ ଯାଏ ୬ଡିଗ୍ରୀ ପର୍ଯ୍ୟନ୍ତ ଶୀତ କମିବ । କନ୍ଧମାଳ, ବୌଦ୍ଧ ଓ ବଲାଙ୍ଗୀରରେ ଅଧିକ ଶୀତ ହୋଇପାରେ ବୋଲି ଶ୍ରୀ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ସେପଟେ ଆସନ୍ତା ଦୁଇରୁ ତିନି ଦିନ ଯାଏ ରାତିବେଳାର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Show More

Related Articles

Back to top button