ଦେଶ ବିଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ବିଶ୍ୱରେ ବୃଦ୍ଧି ପାଉଛି ମଙ୍କିପକ୍ସ ସଂକ୍ରମଣ

ଦିଲ୍ଲୀ : କରୋନା,ଓମ୍ରିକନ୍ ଏବଂ ଟମାଟୋ ଫ୍ଲୁ ପରେ ବର୍ତ୍ତମାନ ବିଶ୍ୱରେ ଆତଙ୍କ ଖେଳାଉଛି ମଙ୍କିପକ୍ସ । ବିଶ୍ୱରେ ୧୨ ଦେଶରେ ଏହି ଭୂତାଣୁ ଚିହ୍ନଟ ହୋଇଥିବାବେଳେ ୯୨ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇ କହିଛି ଯେ , ଯେଉଁ ଦେଶରେ ଏହି ମଙ୍କିପକ୍ସ ଭାଇରସ ବ୍ୟାପିନାହିଁ ସେଠାରେ ଏହାର ଅଧିକ ମାମଲା ସାମ୍ନାକୁ ଆସିପାରେ ।ସେମାନଙ୍କୁ ସଂକ୍ରମଣ ବ୍ୟାପୁଛି ଯେଉଁମାନେ କୌଣସି କାରଣରୁ କାହା ସହ ସଂସ୍ପର୍ଷରେ ଆସିଛନ୍ତି ।

WHOର ଅଧିକାରୀ ଡେଭିଡ ହେମ୍ୟାନ ଦେଇଥିବା ସୂଚନା ଅନୁଯାୟୀ , ମଙ୍କିପକ୍ସ ଭାଇରସ ଲୋକଙ୍କ ମଧ୍ୟରେ ଶାରିରୀକ ସମ୍ବନ୍ଧ ରଖିବା ପରେ ବ୍ୟାପୁଛି ବୋଲି ଆଶା କରାଯାଉଛି । ଏହି କାରଣରୁ ସାରା ବିଶ୍ୱରେ ସଂକ୍ରମଣ ବଢିବାରେ ଲାଗିଛି ।  ଦକ୍ଷିଣ ଆଫ୍ରିକାରେ ପ୍ରତିବର୍ଷ ମଙ୍କିପକ୍ସରେ ଅନେକ ସଂକ୍ରମିତ ଚିହ୍ନଟ ହୋଇଥାନ୍ତି । ବିଶ୍ୱର ୧୨ଟି ଦେଶରେ ଏହା ବ୍ୟାପିବା ପରେ ଭାରତରେ ଏହା ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି । ଏହା ଦ୍ୱିତୀୟ ମହାମାରୀର କାରଣ ହେବ ବୋଲି ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ମଙ୍କିପକ୍ସ ଏଚଆଇଭି ଭଳି ଜେନେଟିକ ମାଙ୍କଡଠାରୁ ଭାଇରସ ଭାବେ ଆସିଥାଏ । ଏହା ସିମିଏନ ଇମ୍ୟୁନୋଡେଫିସିଏନ୍ସି ଭୂତାଣୁ । ଏହା ପଶୁଙ୍କ ପାଖରୁ ବ୍ୟାପୁଥିବା ବେଳେ ମଣିଷଙ୍କ ପାଖରେ ପହଞ୍ଚିଥାଏ ।

Show More

Related Articles

Back to top button