Breaking PLUSଅପରାଧଆଇନ କାନୁନଦୁର୍ଘଟଣାମୁଖ୍ୟ ଖବର

ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଛି ଅଙ୍ଗନଓ୍ୱାଡି କର୍ମୀଙ୍କ ମୃତ ଦେହ

କୋରାପୁଟ: ଅଙ୍ଗନୱାଡ଼ି କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଶରୀର ପଡି ରହିଛି । ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ ଅଞ୍ଚଳରେ । ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ପଡ଼ୋଶୀ ସନ୍ତୋଷ ସରାବୁ ନାମକ ଜଣେ ଯୁବକ ଘଟାଇଛି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ । ଅଙ୍ଗନୱାଡ଼ି କର୍ମୀ ବାସନ୍ତୀ ସାଉର ନିଜ ଘରେ ଶାଶୁ ଏବଂ ୫ ବର୍ଷର ଛୁଆ ସହ ରହୁଥିଲେ । ତାଙ୍କ ସ୍ୱାମୀ ଦାଦନ ଖଟିବାକୁ ୨ ମାସ ହେବ କେରଳ ଯାଇଛନ୍ତି । ଏହି ସୁଯୋଗରେ ସନ୍ତୋଷ ବାସନ୍ତୀ ନାୟକଙ୍କ ପାଚେରୀ ଡେଇଁ ଛପିରହି ଥିଲା । ରାତି ପ୍ରାୟ ୧୦ଟା ବେଳକୁ ବାସନ୍ତୀ ଶୌଚ କରିବାକୁ ଯାଇଥିବା ସମୟରେ ତାଙ୍କ ଉପରେ ଛୁରାରେ ଅତର୍କିତ କରି ଆକ୍ରମଣ କରିଥିଲା । ଏହାପରେ ସେଠାରୁ ସେ ତୁରନ୍ତ ଫେରାର ହୋଇଯାଇଥିଲା । ଗୁରୁତର ଆହତ ହୋଇଥିବା ବାସନ୍ତୀଙ୍କୁ ଗାଁ ଲୋକେ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘାଷଣା କରିଥିଲେ । ସୂଚନାଯୋଗ୍ୟ ଯେ, ମୃତକ ବାସନ୍ତୀ ଓ ତାଙ୍କ ପରିବାର ୬ ମାସ ପୂର୍ବରୁ ଅଭିଯୁକ୍ତ ସନ୍ତୋଷଙ୍କ ନାଁରେ ଅଭିଯୋଗ କରିଥିଲେ । ବାସନ୍ତୀଙ୍କୁ ସନ୍ତୋଷ ଅଶ୍ଳୀଳ ମେସେଜ ପଠାଇବାର ଅଭିଯୋଗରେ ଦୁଇଦିନ ଜେଲରେ ରହିବା ପରେ ଅପୋଷ ବୁଝାମଣା ହୋଇଥିଲା । ସନ୍ତୋଷ ସେଥିରେ ଲିଖିତ ଭାବେ କ୍ଷମା ପ୍ରାର୍ଥନା କରିବା ପରେ ସେ ଜେଲରୁ ମୁକୁଳି ଥିଲେ । ବାସନ୍ତୀର ମୃତ୍ୟୁ ଘଟଣା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ସନ୍ତୋଷକୁ ଗିରଫ କରିଛି ।

Show More

Related Articles

Back to top button