Breaking PLUSଦେଶମୁଖ୍ୟ ଖବର

ମେକ୍ସିକୋରେ ଦୃଶ୍ୟମାନ ହେଲା ସର୍ବପ୍ରଥମେ ସୂର୍ଯ୍ୟୋପରାଗ

ମେକ୍ସିକୋ ସିଟି – ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣ ସୂର୍ଯ୍ୟୋପରାଗ ସର୍ବପ୍ରଥମ ମେକ୍ସିକୋର ମେଜୈଟାଇନ ସହରରେ ଦେଖାଯାଇଥିଲା । ମେକ୍ସିକୋର ସ୍ଥାନୀୟ ସମୟ ଅନୁସାରେ, ସକାଳ 11.07 ମିନିଟ ସମୟରେ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଥିଲା । ଏହି କାରଣରୁ ମେକ୍ସିକୋର ପ୍ରଶାନ୍ତ ଉପକୂଳ ସମ୍ପୂର୍ଣ୍ଣ ଭାବେ ଅନ୍ଧାର ହୋଇଯାଇଥିଲା । ଦିନରେ ରାତି ଭଳି ଅନୁଭୂତ ହୋଇଥିଲା ।
ଏହି ସୂର୍ଯ୍ୟୋପରାଗ ଭାରତକୁ ଛାଡି ମେକ୍ସିକୋ, ଉତ୍ତର ଆମେରିକା, କାନାଡା, ଜମୈକା, ଆୟରଲ୍ୟାଣ୍ଡ, ଇଂଲଣ୍ଡର ଉତ୍ତର ପଶ୍ଚିମ କ୍ଷେତ୍ର, କ୍ୟୁବା, ଡୋମିନିକା, କାଷ୍ଟାରିକା, ପଶ୍ଚିମ ୟୁରୋପ ଫ୍ରେଂଚ ପୋଲିନେସିୟା, ପାସିଫିକ୍, ଆଟଲାଣ୍ଟିକ, ଆର୍କଟିକରେ ଦୃଶ୍ୟମାନ ହୋଇଥିଲା । ଭାରତୀୟ ସମୟାନୁସାରେ ଏହା ଏପ୍ରିଲ 8 ତାରିଖ ରାତି 9.12ରେ ଆରମ୍ଭ ହୋଇଥିଲା ଏବଂ ଏପ୍ରିଲ 9 ତାରିଖ ଭୋର 2.22 ମିନିଟରେ ସମାନପ ହୋଇଥିଲା । ଏହାର ମୋଟ ଅବଧି 5ଘଂଟା 10ମିନିଟ ଥିଲା । ଏହି ସମୟରେ 4ମିନିଟ 11 ସେକେଣ୍ଡ ଯାଏ ଆକାଶରେ ଅନ୍ଧକାର ଛାଇଯାଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button