Breaking PLUSଦେଶମୁଖ୍ୟ ଖବର

ଆଦିଶକ୍ତି ମାଆ ଦୁର୍ଗାଙ୍କ ଆରାଧନାର ମହାପର୍ବ ଆରମ୍ଭ, ସାରା ଦେଶର ଶକ୍ତିପୀଠରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ

ନୂଆଦିଲ୍ଲୀ- ଚୈତ୍ର ନବରାତ୍ରୀର ପ୍ରଥମ ଦିନ ସହିତ ଆଜିଠାରୁ ଆଦିଶକ୍ତି ମାଆ ଦୁର୍ଗାଙ୍କ ଆରାଧନାର ମହାପର୍ବ ଆରମ୍ଭ ହୋଇଛି । ସାରା ଦେଶର ଶକ୍ତିପୀଠରେ ମାଆଙ୍କ ଦର୍ଶନ ପାଇଁ ସକାଳରୁ ଲମ୍ବା ଲାଇନ ଲାଗିଛି । ଦିଲ୍ଲୀର ଛତରପୁର ମନ୍ଦିର, ଝଣ୍ଡେୱାଲାନ ମନ୍ଦିର, କାଳଜୟୀ ମନ୍ଦିରରେ ସକାଳ ଆଳତୀ ସହିତ ମାଆଙ୍କ ଦର୍ଶନ ଆରମ୍ଭ ହୋଇଛି । ଆସାମର ମାଆ କାମାକ୍ଷା, ମୁମ୍ବାଇର ମୁଂବା ଦେବୀ ମନ୍ଦିର, ହିମାଚଳ ପ୍ରଦେଶରେ ଜ୍ୱାଲାଜି ନୟନାଦେବୀ, ମଧ୍ୟପ୍ରଦେଶର ମୈହରରେ ମାଆ ଶାରଦା ପୀଠ ଓ ଉତ୍ତରପ୍ରଦେଶର ଚିତ୍ରକୁଟରେ ରାମଗିରି ଶକ୍ତିପୀଠ, ବିନ୍ଧ୍ୟାଂଚଳ ଶକ୍ତିପୀଠରେ ଉପାସକ ମାନେ ପବିତ୍ର ନଦୀରେ ସ୍ନାନ ପରେ ମାଆଙ୍କ ଦର୍ଶନ କରୁଛନ୍ତି ।
ଚଳିତ ବର୍ଷ ଚୈତ୍ର ନବରାତ୍ରିର ପ୍ରଥମ ଦିନ ସର୍ବାର୍ଥ ସିଦ୍ଧି ଓ ଅମୃତ ଯୋଗ ରହିଛି । ବୈଦିକ ଜ୍ୟୋତିଷରେ ଏହି ଦୁଇଟି ଯୋଗରେ କରାଯାଇଥିବା ପୂଜା ବହୁତ ଶୁଭ ଓ ଫଳଦାୟିନୀ ହୋଇଥାଏ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button