Breaking PLUSଦେଶମୁଖ୍ୟ ଖବର

ଆରଏସଏସର ଆଦ୍ୟ ସରସଂଘଚାଳକ ଡ.କେଶମ ବଳିରାମ ହେଡଗେୱାରଙ୍କ ସ୍ମରଣ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରତିଷ୍ଠାତା ତଥା ପ୍ରଥମ ସରସଂଘଚାଳକ ଡ.କେଶବ ବଳିରାମ ହେଡଗେୱାର ଜୟନ୍ତୀ ଅବସରରେ ତାଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାସହିତ ହିନ୍ଦୁ ନବବର୍ଷ ଓ ଚୈତ୍ର ଶୁକ୍ଲ ପ୍ରତିପଦା ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ, ଭାରତ ମାତାର ଅମର ସୁପୁତ୍ର, କୁଶଳ ସଙ୍ଗଠନକର୍ତ୍ତା, ଆରଏସଏସର ଆଦ୍ୟ ସରସଂଘଚାଳକ ଡ. କେଶବ ବଳିରାମ ହେଡଗେୱାରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ତାଙ୍କର ରାଷ୍ଟ୍ର ପ୍ରଥମ ପରି ପବିତ୍ର ଭାବନା ସହିତ ରାଷ୍ଟ୍ରୀୟ ଏକାତ୍ମତା ପ୍ରତି ସମର୍ପିତ ଆଦର୍ଶମୟ ଜୀବନ ଆମ ସମସ୍ତଙ୍କୁ ପାଇଁ ଅନୁକରଣୀୟ ଅଟେ ।
ଅନ୍ୟ ଏକ ପୋଷ୍ଟରେ ସେ ନୂଆବର୍ଷ, ବିକ୍ରମ ସଂବନ୍ତ-2081ର ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏହି ହିନ୍ଦୁ ନବବର୍ଷ ସମସ୍ତଙ୍କ ସଂକଳ୍ପର ସିଦ୍ଧିର ସାକ୍ଷୀ ହେଉ, ଚାରିଆଡ ଶାନ୍ତି, ସମୃଦ୍ଧି ଓ ଖୁସିମୟ ହେଉଛି । ପ୍ରଭୁ ଶ୍ରୀରାମଙ୍କ ଠାରେ ଏହାହିଁ ପ୍ରାର୍ଥନା ଅଟେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button