Breaking PLUSଦେଶମୁଖ୍ୟ ଖବରରାଜନୀତି

ବସ୍ତରରେ ପିଏମ ମୋଦିଙ୍କ ପ୍ରଚାର

ନୂଆଦିଲ୍ଲୀ- ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମବାର ଦିନ ବସ୍ତର, ଛତିଶଗଡରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ଓ ରାଜ୍ୟର ପ୍ରତ୍ୟେକ ଆସନରେ ଭାରତୀୟ ଜନତା ପାର୍ଟିକୁ ବିପୁଳ ମତରେ ବିଜୟୀ କରାଇବାକୁ ଆହ୍ୱାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀମତୀ ଲତା ଉଷେଣ୍ଡି, ବିଜେପି ରାଜ୍ୟ ସଭାପତି କିରଣ ଦେବ ସିଂହ, ଉପ ମୁଖ୍ୟମନ୍ତ୍ରୀ ଅରୁଣ ସାଓ, ବିଜୟ ଶର୍ମୀ, ବସ୍ତର ଲୋକସଭା ଐବିଜେପି ପ୍ରାର୍ଥୀ ମହେଶ କାଶ୍ୟପ ଓ କାଂକେର ଲୋକସଭା ଆସନର ପ୍ରାର୍ଥୀ ଭୋଜରାଜ ନାଗ ସମେତ ଅନ୍ୟ ମାନ୍ୟଗଣ୍ୟ ନେତା ମାନେ ଉପସ୍ଥିତ ଥିଲେ ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ତାଙ୍କର ପୁରୁଣା ସହଯୋଗୀ ଶ୍ରୀ ବଳରାମ କଶ୍ୟପଙ୍କ ପ୍ରଶଂସା କରି କହିଛନ୍ତି ଯେ, ବଳରାମଙ୍କ ତପସ୍ୟା ଓ ପୁରୁଷାର୍ଥର ହିଁ ଫଳ ଯେ, ଆଜି ବିଜେପି ଆପଣ ସମସ୍ତଙ୍କ ବିଶ୍ୱାସ ଅର୍ଜନ କରିଛି । ଛତିଶଗଡର ଲୋକେ ଏଠାରେ କେବଳ ବିଜେପି ସରକାର ଗଠନ କରିନାହାନ୍ତି,ଏଠାରେ ବିକଶିତ ଭାରତର ମୂଳଦୁଆକୁ ମଜବୁତ କରିଛନ୍ତି । ଛତିଶଗଡବାସୀ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ମୋହର ଲଗାଇଛନ୍ତି । ଆଜି ପୂରାଦେଶ କେବଳ ଗୋଟିଏ କଥା ହେଉଛି ‘ପୁଣି ଥରେ ମୋଦି ସରକାର’ । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଅନେକ ଦଶନ୍ଧି ପରେ ଦେଶ ବିଜେପିର ଏକ ସ୍ଥିର ଓ ମଜବୁତ ସରକାର ଦେଖିଛି । ଗରିବ କଲ୍ୟାଣ ହିଁ ବିଜେପି ସରକାରର ସବୁଠୁ ବଡ ପ୍ରାଥମିକତା ଅଟେ । ସ୍ୱାଧୀନତା ପରେ ଦଶନ୍ଧି ଯାଏ ଗରିବଙ୍କ ଆବଶ୍ୟକତାକୁ କଂଗ୍ରେସ ସରକାର ଅଣଦେଖା କରିଛି । କଂଗ୍ରେସ କେବେ ବି ଗରିବ ଲୋକଙ୍କ ଚିନ୍ତା କରିନାହିଁ, ନା କେବେ ସେମାନଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିଛି । କଂଗ୍ରେସ ପରିବାରର ଧନୀଙ୍କୁ କେବେ ମହଙ୍ଗାର ମୂଲ୍ୟ ବୁଝାପଡିନାହିଁ, କିନ୍ତୁ ଲୋକେ 2014ରେ ଗରିବର ପୁଅକୁ ଦେଶ ସେବା କରିବାକୁ ସୁଯୋଗ ଦେଲେ ।

Show More

Related Articles

Back to top button