Breaking PLUSଦେଶମୁଖ୍ୟ ଖବର

ରାମନବମୀରେ ଚାରି ମିନିଟ ଯାଏ ସୂର୍ଯ୍ୟଙ୍କ କିରଣ କରିବ ରାମଲଲାଙ୍କ ତିଳକ-ନୃପେନ୍ଦ୍ର ମିଶ୍ର

ଅଯୋଧ୍ୟା- ରାମନବମୀରେ ଚାରି ମିନିଟ ଯାଏ ସୂର୍ଯ୍ୟ କିରଣ ରାମଲଲାଙ୍କ ତିଳକ କରିବ । ଏହାର ପ୍ରସ୍ତୁତିରେ ରବିବର ରାତି ସାରା ଅନେକ ବୈଜ୍ଞାନିକ କାମରେ ଲାଗିଥିଲେ । ଏଥିପାଇଁ ରାମମନ୍ଦିରରେ ଉପକରଣ ଲଗାଯାଉଛି, ଖୁବ ଶୀଘ୍ର ଏହାର ଟ୍ରାଏଲ ମଧ୍ୟ କରାଯିବ ।
ଏଠାରେ ସୂଚନାଯୋଗ୍ୟ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପୂର୍ବ ଘୋଷଣା ଅନୁସାରେ ହେଉଥିବା ପ୍ରସ୍ତୁତିରେ ଆପ୍ଟୋମେକାନିକାଲ ସିଷ୍ଟମ ପାଇଁ ଉପକରଣ ଲଗାଯାଉଛି । ଗତ ରାତିରେ ରାମଲଲାଙ୍କ ଶୟନ ପରେ ତାଙ୍କ ମଥାର ସ୍ପଟିକ ସ୍ଥାନ ସୁନିଶ୍ଚିତ କରିବା ପାଇଁ ଷ୍ଟିକର ଲଗାଇ ଶ୍ରୀବିଗ୍ରହଙ୍କୁ ଚଦର ଢଙ୍କାଯାଇଥିଲା ।ଯାହା ଦ୍ୱାରା ବୈଜ୍ଞାନିକ ଦଳ ନିଜର ଉପକରଣ ଲଗାଇବା ପରେ ସ୍ପଟିକ ସ୍ଥାନ ଖୋଜିପାରିବେ ।
ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧିକାରୀ କହିଛନ୍ତି ଯେ, 75 ମିମିର ଗୋଲାକାର ସୂର୍ଯ୍ୟରେ ପ୍ରଭୁ ଶ୍ରୀରାମଙ୍କ ଅଭିଷେକ ହେବ । ଦ୍ୱିପ୍ରହର 12ଟା ବେଳେ ସୂର୍ଯ୍ୟ କିରଣ ରାମଲଲାଙ୍କ ମସ୍ତକରେ ପଡିବ । ନିରନ୍ତର ଚାରି ମିନିଟ ଯାଏ କିରଣ ରାମଲଲଙ୍କ ମୁଖ ମଣ୍ଡଳକୁ ଦୈଦିପ୍ତିମାନ କରିବ ।

Show More

Related Articles

Back to top button