Breaking PLUSଦେଶମୁଖ୍ୟ ଖବରରାଜନୀତି

କଂଗ୍ରେସ ସରକାର ଗଠନ ହେଲେ ସରକାରୀ ଚାକିରି ଓ ସ୍କଲାରସିପ୍ ପାଇଁ ପ୍ରତିଶ୍ରୁତି ଦେଲେ ରାହୁଲ ଗାନ୍ଧି

ସିଭନୀ/ମଣ୍ଡଳା- କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ମଧ୍ୟପ୍ରଦେଶର ସିଭନୀ ଜିଲ୍ଲାର ଧନୌରାରେ ମଣ୍ଡଳା ସଂସଦୀୟ କ୍ଷେତ୍ରରୁ ପାର୍ଟିର ଲୋକସଭା ପ୍ରାର୍ଥୀ ଓମକାର ସିଂହ ମରକାମଙ୍କ ସମର୍ଥନରେ ଜନସଭାକୁ ସମ୍ବୋଧିତ କରିଛନ୍ତି ।
ଧନୌରର ଜନସଭାରେ ରାହୁଲ ଗାନ୍ଧି ବିଜେପିକୁ ଟାର୍ଗେଟ କରିଛନ୍ତି । ସେ ଆଦିବାସୀଙ୍କୁ ଦେଶ ଓ ଏହି ମାଟିର ପ୍ରଥମ ମାଲିକ କହିବା ସହ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ ହେଲେ ଯୁବକଙ୍କୁ 30ଲକ୍ଷ ସରକାରୀ ଚାକିରି ଦେବା, ଏସସି, ଏସଟି ଓ ଓବିସିବର୍ଗର ଛାତ୍ରଛାତ୍ରୀଙ୍କ ସ୍କଲାରସିପ ଦୁଇଗୁଣା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ରାହୁଲ ଗାନ୍ଧି କହିଛନ୍ତି ଯେ, ଆଦିବାସୀ ଶବ୍ଦର ଅର୍ଥ ଯେଉଁ ଲୋକ ଏହି ଦେଶର ଏହି ମାଟିର ପ୍ରଥମ ମାଲିକ ଥିଲେ । ଯଦି ଆପଣ ପ୍ରଥମ ମାଲିକ ଥିଲେ, ତେବେ ମାଟି, ଜଳ, ଜଙ୍ଗଲ, ଦେଶର ଧନ ଉପରେ ଆପଣ ହକ୍ ରହିଛି । ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଯୁବକଙ୍କ ହକ୍ ମାରଣ ହେଉଛି । ଯୁବକଙ୍କ ନା ରୋଜଗାର ମିଳୁଛି ନା ଉଚିତ ଶିକ୍ଷା ମିଳୁଛି । ଶିକ୍ଷାର ଘରୋଇକରଣ, ଜିଏସଟି ଓ ଉଦ୍ୟୋଗପତିଙ୍କ ପ୍ରତି ଉଦାରିକରଣ ନୀତି ଉପରେ ପ୍ରଶ୍ନ ଉଠାଇ ରାହୁଲ ଗାନ୍ଧି କହିଛନ୍ତି ଯେ, ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ କୌଣସି ଆଶ୍ୱସ୍ତି ମିଳୁନାହିଁ ।

Show More

Related Articles

Back to top button