ଦେଶ ବିଦେଶସ୍ୱାସ୍ଥ୍ୟ

କରୋନାରେ କଲବଲ ଚୀନ୍,ଉହାନ ସହରରେ ପୁଣି ଲକଡାଉନ

କରୋନାରେ କବଳିତ ଚୀନ । ଦ୍ରୁତଗତିରେ ବଢୁଛି ସଂକ୍ରମଣ । ଯେଉଁଥିପାଇଁ  କରୋନାର ଉତ୍ପତ୍ତି ସ୍ଥଳ ଉହାନ ସହରକୁ ତିନି ବର୍ଷ ପରେ ପୁଣି ଲକ୍‌ଡାଉନ କରାଯାଇଛି। ଚଳିତ ସପ୍ତାହରେ ଉହାନରୁ ୨୫ ନୂଆ ରୋଗୀ ଚିହ୍ନଟ ହେଲେଣି। ୨୦୧୯ରେ ପ୍ରଥମ ରୋଗୀ ଚିହ୍ନଟ ହେବା ଏହି ସହରକୁ ଲକ୍‌ଡାଉନ କରିଦିଆଯାଇଥିଲା।ଏହା ବିଶ୍ବର ପ୍ରଥମ ଲକ୍‌ଡାଉନ ଥିଲା। ଏବେ ଅଧିକ ରୋଗୀ ଚିହ୍ନଟ ହେଉଥିବା ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି।

କ୍ରମାଗତ ତୃତୀୟ ଦିନ ଲାଗି ଗୁରୁବାର ଚୀନ୍‌ରୁ ହଜାରେରୁ ଊର୍ଦ୍ଧ୍ବ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ୨ ସପ୍ତାହ ହେଲା ଉହାନରୁ କେବଳ ୨୪୦ ରୋଗୀ ଚିହ୍ନଟ ହେଲେଣି।

ଏଥିପାଇଁ ଜିଲ୍ଲାର ୮ ଲକ୍ଷ ଲୋକଙ୍କୁ ୩୦ ତାରିଖ ପର୍ଯ୍ୟନ୍ତ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ଗ୍ବାଙ୍ଗଝୋଉ ସହରକୁ ଲକ୍‌ଡାଉନ କରାଯାଇଥିଲା। ରାଜଧାନୀ ବେଜିଂର ମଧ୍ୟ ସାର୍ବଜନୀନ ସ୍ଥାନଗୁଡିକୁ ବନ୍ଦ କରିଦିଆଯାଇଛି। ଲୋକଙ୍କୁ ସାମାଜିକ ଦୂରତ୍ବ ପାଳନ କରିବାକୁ କୁହାଯାଇଛି।

Show More

Related Articles

Back to top button