ଓଡ଼ିଶାପାଣିପାଗ

ହ୍ରାସ ପାଇବ ରାତି ତାପମାତ୍ରା ,ଦାରିଙ୍ଗିବାଡିରେ ବଢିବ ଶୀତର ପ୍ରକୋପ

ରାଜ୍ୟରେ ହ୍ରାସ ପାଇବ ରାତି ତାପମାତ୍ରା । ଆସନ୍ତା ଅକ୍ଟୋବର ୩୦ ତାରିଖ ଯାଏ ରାଜ୍ୟରେ ଏହି ତାପମାତ୍ରା କମ୍ ରହିବ । ୨୦ଡିଗ୍ରୀରୁ ତଳକୁ ଖସିବ ସର୍ବନିମ୍ନ ତାପମାତ୍ରା । ଏନେଇ ପୂର୍ବାନୁମାନ କରିଛନ୍ତି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ।

ନିର୍ଦ୍ଦେଶକ ଡ. ଶରତ ସାହୁଙ୍କ ସୂଚନା ଅନୁଯାୟୀ, ନଭେମ୍ବର ୧ ଓ ୨ ତାରିଖରେ ଉପକୂଳ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବାବେଳେ ନଭେମ୍ବର ୫ ତାରିଖ ଯାଏ ରାତି ତାପମାତ୍ରା ବଢ଼ିବ । ପରେ ତାପମାତ୍ରା ଧୀରେ ଧୀରେ କମିବ ।

ସେହିପରି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୭ ଦିନ ଯାଏ ପାଗ ଶୁଖିଲା ରହିବ । ୩୦ ଯାଏ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ । ୩୧ରୁ ନଭେମ୍ବର ୨ ତାରିଖ ଯାଏ ଉପକୂଳରେ ତାପମାତ୍ରା ୨ଡିଗ୍ରୀ ବଢ଼ିବ । ଆଭ୍ୟନ୍ତରରେ ୧.୫ ଡିଗ୍ରୀ ବଢ଼ିବ । ୩ରୁ ପୁଣି ସାମାନ୍ୟ ବଢ଼ିବ । ୩୧ରେ ଉପକୂଳ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪ଡିଗ୍ରୀ କମିବ ।

ଆଭ୍ୟନ୍ତରୀଣରେ ୨ଡିଗ୍ରୀ କମିବା ଯୋଗୁ ପାଗ କୋହଲା ରହିବ । ଏବେ ରାଜ୍ୟରେ ବିଶେଷ ବର୍ଷା ନାହିଁ । ୩୧ରେ ଗଞ୍ଜାମ ଉପକୂଳରେ ହାଲୁକା ବର୍ଷା ହୋଇପାରେ । ଆଗକୁ ବର୍ଷା ନଥିବାରୁ ଜମିରେ ପାଣି ବାନ୍ଧି ରଖିବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି ।

ଶୁକ୍ରବାର ରାଜ୍ୟର ୧୮ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦ଡିଗ୍ରୀ ତଳେ ଥିଲା । ଦାରିଙ୍ଗିବାଡ଼ିର ତାପମାତ୍ରା ସବୁଠୁ କମ୍‌ ୧୩.୫ ଡିଗ୍ରୀ ଥିଲା । କୋରାପୁଟର ୧୪.୫, ଫୁଲବାଣୀ, ବୌଦ୍ଧ ଓ ସୋନପୁରର ୧୫, ଭବାନୀପାଟଣାର ୧୬, ହୀରାକୁଦର ୧୬.୯ ଡିଗ୍ରୀ ରେକର୍ଡ ହୋଇଛି ।

Show More

Related Articles

Back to top button