Breaking PLUSଆଇନ କାନୁନମୁଖ୍ୟ ଖବରସ୍ୱତନ୍ତ୍ର

ଠକାମୀରୁ ରକ୍ଷା ପାଇବା ପାଇଁ ନିଜ ଆଧାରକାର୍ଡକୁ କରନ୍ତୁ ଲକ୍

ଦେଖନ୍ତୁ ଏହାର ସହଜ ଉପାୟ

ନୂଆଦିଲ୍ଲୀ : ଆଜିର ଦିନରେ ପ୍ରତିଟି କ୍ଷେତ୍ରରେ ଆଧାରକାର୍ଡକୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ରୂପେ ବ୍ୟବହାର କରାଯାଉଛି । ସରକାରୀ ହେଉ କିମ୍ବା ବେସରକାରୀ ସବୁଠି ଲୋଡା ଆଧାରକାର୍ଡ । ଏଥିରେ ସମସ୍ତ ସମ୍ବେଦନଶୀଳ ସୂଚନା ରହୁଥିବାରୁ ଏହାକୁ ସୁରକ୍ଷିତ ରଖିବା ନିତାନ୍ତ ଆବଶ୍ୟକ । ନହେଲେ କେଉଁ ପରିସ୍ଥିତିରେ ଆମେ ଠକାମୀର ଶିକାର ହେବା ତାହା କେହି କହି ପାରିବେ ନାହିଁ ।

ଏମିତି ଠକାମିରୁ ରକ୍ଷା ପାଇବା ପାଇଁ UIDAI ଆପଣଙ୍କୁ ଆଧାର ଲକ୍ କରିବାର ସୁବିଧା ଦେଉଛି । ଏହାକୁ ଘରେ ବସି ଅନଲାଇନ୍ ବ୍ୟବହାର କରି ଆପଣ ସମସ୍ତ ଠକାମୀରୁ ରକ୍ଷା ପାଇପାରିବେ ।

ପ୍ରଥମେ  ଆପଣଙ୍କୁ ନିଜ ଆଧାର କାର୍ଡକୁ ଲକ୍ କରିବା ପାଇଁ ୧୬ ଅଙ୍କର ଭର୍ଚୁଆଲ୍ ଆଇଡିର ଆବଶ୍ୟକତା ରହିଛି । ଯଦି ଆପଣଙ୍କ ପାଖରେ ୧୬ ଅଙ୍କର ଭର୍ଚୁଆଲ୍ ଆଇଡି ନାହିଁ ତେବେ ଏହାକୁ ଆପଣ ୧୯୪୭ରେ ମେସେଜ୍ କରି ହାସଲ କରିପାରିବେ । ଥରେ ଭର୍ଚୁଆଲ୍ ଆଇଡି ମିଳିବା ପରେ ଆପଣଙ୍କ ପାଇଁ ଫୋନରୁ ଆଧାର ଲକ୍ କରିବା ସହଜ ହୋଇଯିବ ।

ଯଦି ଆପଣ ମେସେଜ୍ ଜରିଆରେ ଲକ୍ କରିବାକୁ ଚାହୁଁଛନ୍ତି ତାହାଲେ , ସର୍ବପ୍ରଥମେ ଆପଣଙ୍କୁ ନିଜ ରେଜିଷ୍ଟର୍ଡ ମୋବାଇଲ ନମ୍ବରରୁ ୧୯୪୭ରେ GETOTP SMS ଟାଇପ୍ କରି ପଠାଇବାକୁ ହେବ । ଆପଣଙ୍କ ମୋବାଇଲରେ ଆସିଥିବା ଓଟିପିକୁ LOCKUID ଏବଂ ନିଜ ଆଧାର ନମ୍ବର ଲେଖି ପୁଣି ୧୯୪୭ରେ ମେସେଜ୍ କରିବାକୁ ହେବ । ଏହା ପରେ ଆପଣଙ୍କ ଆଧାର ନମ୍ବର ଲକ୍ ହୋଇଯିବ ଏବଂ ଏହାର କୌଣସି ବି ଅପବ୍ୟବହାର ହୋଇପାରିବନି ।

କେମିତି କରିବେ ଏହି ଅନଲକ୍

ଯେ କୌଣସି ସମୟରେ ଆବଶ୍ୟକ ପଡିଲେ ଆପଣ ପୁଣି ନିଜ ଆଧାର କାର୍ଡକୁ ଅନଲକ୍ କରିପାରିବେ । ଆପଣ ନିଜ ରେଜିଷ୍ଟର୍ଡ ମୋବାଇଲ ନମ୍ବରରୁ GETOTP ଲେଖି ଏକ ସ୍ପେଶ୍ ପରେ ଭର୍ଚୁଆଲ୍ ଆଇଡିର ଶେଷ ୬ ନମ୍ବର ଦେଇ ଏସଏମଏସ୍ କରନ୍ତୁ । ପରେ ୧୯୪୭ ଏବଂ UNLOCKUID ଲେଖି ଏକ ସ୍ପେଶ୍ ପରେ ଭର୍ଚୁଆଲ୍ ଆଇଡିର ଶେଷ ୬ ନମ୍ବର ଏବଂ ଓଟିପି ଦେଇ ପଠାନ୍ତୁ । ଆପଣଙ୍କ ଆଧାର କାର୍ଡ ପୁଣି ଅନଲକ୍ ହୋଇଯିବ ।

Show More

Related Articles

Back to top button