Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରଶିକ୍ଷା

ଚଳିତ ବର୍ଷର ମାଟ୍ରିକ ପରୀକ୍ଷାକୁ ନେଇ ରାଜ୍ୟ ସରକରଙ୍କ ବଡ ନିଷ୍ପତ୍ତି

ଏପ୍ରିଲ ୨୯ରୁ ମେ ୬ ତାରିଖ ଯାଏଁ ପରୀକ୍ଷା ହେବ ।

ଏପ୍ରିଲ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏପ୍ରିଲ ୨୯ ରୁ ମେ ୬ ତାରିଖ ଯାଏଁ ପରୀକ୍ଷା ହେବ । ମାଟ୍ରିକ ପରୀକ୍ଷାକୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଘୋଷଣା କରିଛନ୍ତି। ଯେ, ଯଥା ସମ୍ଭବ ପରୀକ୍ଷା ନିଜ ନିଜ ସ୍କୁଲରେ କରାଯିବ। ସବୁ ପିଲାଙ୍କ ପାଇଁ ଏହା ବାଧ୍ୟତାମୂଳକ ରହିବ। କରୋନାର ପ୍ରକୋପ କମିଥିବା ହେତୁ ଏଥର ଅଫଲାଇନ୍ ମୋଡରେ ମାଟ୍ରିକ ପରୀକ୍ଷା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ୩ଟି ପଦ୍ଧତିରେ ଏହି ପରୀକ୍ଷା କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।  ୨ୟ ପଦ୍ଧତି- ସମ୍ମେଟିଭ-୨ର ମାର୍କ ୨ ଗୁଣ କରି ହିସାବ କରାଯିବ। ସେହିପରି ୩ୟ ପଦ୍ଧତି- ଇଣ୍ଟରନାଲ ଆସେସମେଣ୍ଟର ୨୦%, ସମ୍ମେଟିଭ-୧ରୁ ୩୦%, ସମ୍ମେଟିଭ-୨ରୁ ୫୦% ନିଆଯାଇ ମାର୍କିଂ କରାଯିବ। ସବୁ ପିଲାଙ୍କ ପାଇଁ ଏହା ବାଧ୍ୟତାମୂଳକ ରହିବ। ଯଥା ସମ୍ଭବ ପରୀକ୍ଷା ନିଜ ନିଜ ସ୍କୁଲରେ କରାଯିବ। ନିଜ ସ୍କୁଲରେ ହୋଇ ନ ପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ। ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକମାନେ ନିଯୁକ୍ତ ହେବେ ।

Show More

Related Articles

Back to top button