Breaking PLUSବିଧାନସଭାମୁଖ୍ୟ ଖବରରାଜନୀତି

ହୋଲି ପୂର୍ବରୁ ଶପଥ ନେବେ ଯୋଗୀ ଆଦିତ୍ୟନାଥ

ଏହି ଶପଥ ଗ୍ରହଣ ସମାରୋହ ବହୁ ଆଡ଼ମ୍ବରରେ ଆୟୋଜିତ ହେବ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବା ପରେ ଏବେ ମନ୍ତ୍ରିମଣ୍ଡଳର ଶପଥ ଉତ୍ସବକୁ ନେଇ ଚର୍ଚ୍ଚା ଜୋର ଧରିଛି। ୩୭ ବର୍ଷ ପରେ ଭାଜପାକୁ ଦ୍ୱିତୀୟ ଥର ବିଜୟୀ କରି ଇତିହାସ ରଚିଥିବା ଯୋଗୀ ଆଦିତ୍ୟନାଥ ଅନ୍ୟ କ୍ୟାବିନେଟ ସହକର୍ମୀଙ୍କ ସହ ହୋଲି ପୂର୍ବରୁ, ଅର୍ଥାତ୍‌ ମାର୍ଚ୍ଚ ୧୫ରେ ଶପଥ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି।

ଏହି ଶପଥ ଗ୍ରହଣ ସମାରୋହ ବହୁ ଆଡ଼ମ୍ବରରେ ଆୟୋଜିତ ହେବାର ସମ୍ଭାବନା ରହିଥିବାବେଳେ ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ  ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତାମାନେ ସାମିଲ ହେବେ। ତେବେ ଭାଜପା ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରି ପାରନ୍ତି ବୋଲି ସୂଚନା ରହିଛି।

Show More

Related Articles

Back to top button