ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଦେଶଭକ୍ତିମୁଖ୍ୟ ଖବର

ପ୍ରଭୁ ଲିଙ୍ଗରାଜ ମନ୍ଦିରର ମୁଖ୍ୟ ଫାଟକ ସିଂହଦ୍ୱାର ନିକଟରେ ବଡ଼ ଫାଟ

ଭୁବନେଶ୍ୱର : ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଏକ ବଡ଼ ଫାଟ ସୃଷ୍ଟି ହୋଇଛି। ମନ୍ଦିରର ମୁଖ୍ୟ ଫାଟକ ସିଂହଦ୍ୱାର ନିକଟରେ ବଡ଼ ଫାଟ ଦେଖିବାକୁ ମିଳିଛି। ପୂର୍ବରୁ ଏହା ଛୋଟ ଆକାରରେ ଥିଲା। ଦ୍ୱାରବନ୍ଧ ପାଖରେ ଦେଖା ଯାଇଥିବା ଫାଟ ଧିରେ ଧିରେ ବଡ଼ ହେବାରେ ଲାଗିଛି। ହେଲେ ମରାମତିର ଅଭାବରୁ ଏହି ଫାଟ ବଡ଼ ହୋଇ ଚାଲିଥିବା ଅନୁମାନ କରାଯାଉଛି। ଲିଙ୍ଗରାଜ ମନ୍ଦିରରେ ଏହି ଫାଟ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ମନ୍ଦିରରେ ସୁରକ୍ଷା ଓ ମରାମତି ନେଇ ଅନେକ ଆଶଙ୍କା ଦେଖା ମଧ୍ୟ ଦେଇଛି।

ଅନ୍ୟପକ୍ଷରେ ସିଂହଦ୍ୱାର ମୁଖ୍ୟ କବାଟ ପରିବର୍ତ୍ତନ କରିବା ପାଇଁ ଏଏସ୍ଆଇ ପକ୍ଷରୁ କାମ ଆରମ୍ଭ ହୋଇଛି। ଚଳିତ ମାସ ୯ ତାରିଖରୁ ୧୫ ତାରିଖ ଯାଏ ଏହି କାମ ହେବ। ତେଣୁ ସିଂହଦ୍ୱାର ଦେଇ ଯାଆସ କରିବାକୁ ବାରଣ କରାଯାଇଥିବା ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏଏସ୍‌ଆଇ ମେମ୍ବର ଶରତ ମହାନ୍ତି କହିଛନ୍ତି, ଲିଙ୍ଗରାଜଙ୍କର ମୁଖ୍ୟ କବାଟ ଫନି ବାତ୍ୟା ସମୟରେ ଭାଙ୍ଗି ନଷ୍ଟ ହୋଇଯାଇଥିଲା। ସେହି କବାଟ ଖୋଲାଯାଇ ଡେମୋ କବାଟ ଲାଗିଛି। ସେହି କବାଟ ମରାମତି ହୋଇ ଅଫିସରେ ରହିଛି। କାଲି କି ପରଦିନ ଏହି କାବାଟ ଲାଗିଯିବ। ଯେଉଁ ଫାଟ ସୃଷ୍ଟି ହୋଇଛି ତାର ମରାମତି ମଧ୍ୟ କରାଯିବ।

Show More

Related Articles

Back to top button