ଓଡ଼ିଶାପାଣିପାଗ

ଖସିଲା ତାପମାତ୍ରା,ରାଜ୍ୟର ୧୪ଟି ସ୍ଥାନରେ ୧୫ ଡ଼ିଗ୍ରୀ ତଳେ ପାରଦ

ଖସିଲା ତାପମାତ୍ରା । ରାଜ୍ୟର ୧୪ଟି ସ୍ଥାନରେ ୧୫ ଡ଼ିଗ୍ରୀ ତଳେ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ । ଆଭ୍ଯନ୍ତରୀଣ ଓଡ଼ିଶାରେ ଦିନେ ଦୁଇ ଦିନ ମଧ୍ୟରେ ରାତିରେ ତାପମାତ୍ରା ଆହୁରି ଖସିପାରେ। କିନ୍ତୁ ଉପକୂଳରେ ତାପମାତ୍ରା ଖସିବାର ସମ୍ଭାବନା ନାହିଁ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ପକ୍ଷରୁ ସୂଚନା ମିଳିଛି ।

ରାତିବେଳା ଜି.ଉଦୟଗିରି ଠାରେ ୯.୬ ଡ଼ିଗ୍ରୀ, କୋରାପୁଟ ସିମିଳିଗୁଡାରେ ୧୦.୩ ଡିଗ୍ରୀ, ଫୁଲବାଣୀରେ ୧୧.୫ ଡିଗ୍ରୀ, ସୁନ୍ଦରଗଡ କିରେଇରେ ୧୧.୭ ଡିଗ୍ରୀ, ଦାରିଙ୍ଗିବାଡିରେ ୧୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ କଟକରେ ୧୭ ଡିଗ୍ରୀ ଏବଂ ଭୁବନେଶ୍ବରରେ ୧୭.୧ ଡିଗ୍ରୀ ରହିଛି ତାପମାତ୍ରା।

ସେହିପରି ଦେବଗଡରେ ୧୩.୬ ଡିଗ୍ରୀ, ସୁନ୍ଦରଗଡରେ ୧୪ ଡିଗ୍ରୀ, ବୌଦ୍ଧରେ ୧୪ ଡିଗ୍ରୀ, ହୀରାକୁଦରେ ୧୪.୭ ଡିଗ୍ରୀ, ଅନୁଗୁଳରେ ୧୫ ଡିଗ୍ରୀ, କୋରାପୁଟରେ ୧୨ଡିଗ୍ରୀ, ଝାରସୁଗୁଡାରେ ୧୨.୬ ଡିଗ୍ରୀ, ଭବାନୀପାଟଣାରେ ୧୨.୮ ଡିଗ୍ରୀ, କେନ୍ଦୁଝରରେ ୧୩.୨ ଡିଗ୍ରୀ, ସମ୍ବଲପୁର ଚିପିଲିମାରେ ୧୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି।

Show More

Related Articles

Back to top button