ଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଆଜି ବାଲି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ହେବାକୁ ଥିବା ଗ୍ରୁପ୍ ଅଫ୍ ୨୦ (ଜି -୨୦) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀ ନଭେମ୍ବର ୧୫ ଓ ୧୬ ଦୁଇ ଦିନ ଧରି ଚାଲିବ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ଆଜି ବାଲି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପରେ ମୋଟ୍ ୨୦ଟି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ ବୋଲି ସୂଚନାମିଳିଛି । ତାହା ସହ ୟୁଏସ, ଫ୍ରାନ୍ସ, ୟୁକେ ଓ ଜର୍ମାନୀ ଭଳି ରାଷ୍ଟ୍ର ନେତାଙ୍କ ସହ ମୋଦି ବୈଠକ କରିବେ । ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।

ଆସନ୍ତା ବର୍ଷ ଭାରତ ପକ୍ଷରୁ ଜି-୨୦ ସମ୍ମିଳନୀ ଆୟୋଜନ କରାଯିବ । ଏହାକୁ ନେଇ ଭାରତର ବୈଦେଶିକ ସଚିବ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ସୂଚନା ଅନୁଯାୟୀ, ଏହି ସମ୍ମିଳନୀ ତିନିଟି ଅଧିବେଶନରେ ଅନୁଷ୍ଠିତ ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦି ଏହି ତିନୋଟି ଅଧିବେଶନରେ ଅନ୍ୟ ବିଶ୍ୱ ନେତାଙ୍କ ସହ ଅଂଶଗ୍ରହଣ କରିବେ ।

ବାଲି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅନ୍ୟ ଜି -୨୦ ନେତାମାନେ ବିଶ୍ୱ ଅର୍ଥନୀତି, ଶକ୍ତି, ପରିବେଶ, କୃଷି, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ ପରିବର୍ତ୍ତନ ସମେତ ବିଭିନ୍ନ ପ୍ରସଙ୍ଗରେ ବିଚାର କରିବେ। ଶିଖର ସମ୍ମିଳନୀରେ ତିନୋଟି କାର୍ଯ୍ୟ ଅଧିବେଶନ ଏଥିରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ ବୋଲି କ୍ୱାଟ୍ରା କହିଛନ୍ତି।

୪୫ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ୨୦ଟି ପ୍ରମୁଖ ଅଧିବେଶନ ଓ କେତେକ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ରହିଛି। ଅନ୍ୟ ବିଶ୍ୱନେତାଙ୍କ ସହିତ ଆଲୋଚନା ସମେତ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆରେ ଭାରତୀୟ ସମୁଦାୟର ଏକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ବିଦେଶ ସଚିବ ବିନୟ କ୍ୱାତ୍ରା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ‘ଖାଦ୍ୟ ଏବଂ ଶକ୍ତି ସୁରକ୍ଷା’, ‘ଡିଜିଟାଲ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟ’ ଅଧିବେଶନରେ ଉଦ୍‌ବୋଧନ ଦେବେ। ଏହା ସହିତ ପ୍ରଧାନମନ୍ତ୍ରୀ ବିଶ୍ୱ ଅର୍ଥନୀତିର ସ୍ଥିତି, ଶକ୍ତି, ପରିବେଶ, କୃଷି, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ କାରବାର ଆଦି ପ୍ରସଙ୍ଗରେ ଆଲୋଚନା କରିବେ।

Show More

Related Articles

Back to top button