Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

କୋଲକାତା ବାଣ ବିସ୍ଫୋରଣ ଘଟଣା, ତଦନ୍ତ ବେଳେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

କୋଲକାତା: କୋଲକତା ଉତ୍ତର 24 ପ୍ରଗଣାର ଦତ୍ତପୁକୁର ଅଞ୍ଚଳରେ ବାଣ କାରଖାନାରେ ବିସ୍ଫୋରଣ ଘଟଣା । ତଦନ୍ତ ସମୟରେ ସାମ୍ନାକୁ ଆସିଛି ଚକିତ କରି ଦେଲା ଭଳି ତଥ୍ୟ । ଏଠାରେ ତିଆରି ହେଉଥିଲା ବଡ ବଡ ବୋମା । କେବଳ ବାରୁଦ ନୁହେଁ ଏଠାରେ ବିପୁଳ ମାତ୍ରାରେ ଆମୋନିୟମ ନାଇଟ୍ରେଟ ରଖାଯାଇଥିଲା । ବହୁ ଭୟଙ୍କର ବୋମା ଏଠାରେ ତିଆରି ହେଉଥିଲା । ଆଉ ଏହାର ଚାଲାଣ ଅଭିନବ ଢଙ୍ଗରେ କରାଯାଉଥିଲା । ଆଳୁ, ପିଆଜ ସହ ଅନ୍ୟ ପରିବାରେ ଲୁଚାଇ ଏହି ବୋମାଚାଲାଣ କରାଯାଉଥିଲା । ତେବେ ଏହି ବୋମା କେଉଁଠାକୁ ଚାଲାଣ ହେଉଥିଲା ଏବେ ଚାଲିଛି ତାର ତଦନ୍ତ ।

ଏହି ବୋମାକୁ ରାଜନୈତିକ ହିଂସାକାଣ୍ଡ ଓ ଅନ୍ୟ ଅପରାଧରେ ବ୍ୟବହାର କରାଯାଉଥିବା ତଦନ୍ତ ସମୟରେ ଜଣାପଡିଛି । କିଛି ମାସ ପୂର୍ବରୁ ଏଗରା ବିସ୍ଫୋରଣ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂରା ରାଜ୍ୟରେ ଚାଲିଥିବା ବେଆଇନ ବାଣ କାରଖାନା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏଠାରେ ପୋଲିସ କୌଣସି ତଦନ୍ତ କରିନଥିଲା । ଏହି ବେଆଇନ ବାଣ କାରଖାନାରୁ ପ୍ରତିମାସରେ ପୋଲିସ ନିକଟରୁ ବଡ ରାଶି ଯାଉଥିବାର ସଙ୍ଗୀନ ଅଭିଯୋଗ ରହିଛି । ସ୍ଥାନୀୟ ତୃଣମୂଳ କଂଗ୍ରେସର ନେତା ଏହି କାରଖାନାର ମାଲିକ ଥିଲା । ତେଣୁ ପ୍ରଶାସନ ଆଖି ବୁଜି ଦେଇଥିବା ଅଭିଯୋଗ ହୋଇଛି ।

Show More

Related Articles

Back to top button