Breaking PLUSଦେଶଦେଶ ବିଦେଶସଂସଦ

ଜାମ୍ମୁ କାଶ୍ମୀରକୁ କେବେ ମିଳିବ ପୂର୍ଣ୍ଣ ରାଜ୍ୟର ମାନ୍ୟତା

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ମଙ୍ଗଳବାର ଦିନ ଶୁଣାଣି କ୍ରମରେ ମୁଖ୍ୟ ବିଚାରପତି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ, କେବେ ଜାମ୍ମୁ-କାଶ୍ମୀରରେ ନିର୍ବାଚନ ହେବା ସହ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ?
ସଲିସିଟର ଜେନରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିବା ଅନୁଯାଇ କେନ୍ଦ୍ର ସରକାରଙ୍କ ତରଫରୁ ନିର୍ଦ୍ଦେଶ ମିଳିଛି ଯେ ଲଦାଖ ସ୍ଥାୟୀ ଭାବେ କେନ୍ଦ୍ରଶାସିତ ପ୍ରଦେଶ ରହିବ । ଏହାସହ ଜମ୍ମୁ-କାଶ୍ମୀର ଅସ୍ଥାୟୀ ଭାବେ ବର୍ତ୍ତମାନ ସ୍ଥିତିରେ ରହିବ । ଏହାସହ ଲଦାଖ ଓ ଲାହୋରେ ସ୍ଥାନୀୟ ପଞ୍ଚାୟତ ନିର୍ବାଚନ ହେବ ।ସଲିସିଟର ଜେନରାଲ ଲୋକସଭାରେ ଗୃହମନ୍ତ୍ରୀ ଦେଇଥିବା ଉତ୍ତରକୁ କୋର୍ଟଙ୍କ ସାମ୍ନାରେ ରଖିଥିଲେ । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ କି ଜାମ୍ମୁ-କାଶ୍ମୀର ସ୍ଥିତି ବଦଳିବା ମାତ୍ରେ ତାହାକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ । ଏହା ଉପରେ ସରକାରଙ୍କର କୌଣସି ଆପତ୍ତି ନାହିଁ । ଏହାସହ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ବାବଦରେ କେନ୍ଦ୍ରସରକାର ଅଗଷ୍ଟ ୩୧ ତାରିଖରେ ନିଷ୍ପତ୍ତି ନେବେ ବୋଲି ତୁଷାର ମେହେଟ୍ଟା କୋର୍ଟଙ୍କୁ ଜଣାଇଛନ୍ତି ।


ସୂଚନା ଅନୁସାରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ହୋଇଥିବା ଆବେଦନ ଉପରେ କୋର୍ଟଙ୍କ ୧୨ତମ ଶୁଣାଣି କ୍ରମରେ ସଲିସିଟର ଜେନରାଲ କହିଥିଲେ ଯେ ସେ ମୁଖ୍ୟତଃ ୩ଟି ବିନ୍ଦୁ ଉପରେ ଦଲିଲ ଉପସ୍ଥାପନ କରିବେ । ଏଥିରେ ଅନୁଚ୍ଛେଦ ୩୭୦ ଉପରେ ସରକାରଙ୍କ ନିଷ୍ପତ୍ତି ଠିକ୍, ଦ୍ୱିତୀୟରେ ରାଜ୍ୟ ପୁନଃଗଠନ ଅଧିନିୟମ ଓ ତୃତୀୟଟି ୩୫୬ ଲାଗୁ ହେବା ପରେ ବିଧାୟକଙ୍କ ଶକ୍ତିର ମାପଦଣ୍ଡ ।

Show More

Related Articles

Back to top button