Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ମମତାଙ୍କ ସର୍ବଦଳୀୟ ବୈଠକକୁ ବିରୋଧୀଙ୍କ ପ୍ରତ୍ୟାଖ୍ୟାନ

କୋଲକାତା: ପୋଇଲା ବୈଶାଖକୁ ପଶ୍ଚିମବଙ୍ଗ ଦିବସ ଭାବେ ପାଳନ କରାଯାଇଥାଏ । ତେବେ ପରସ୍ପର ସହମତି ବଜାୟ ରଖିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ସବର୍ଦଳୀୟ ବୈଠକ ଡାକିଛନ୍ତି । ତେବେ ଏହି ବୈଠକରେ ବିଜେପି, ମାକପା ଓ କଂଗ୍ରେସ ସାମିଲ ହେବେନାହିଁ । ଏହି ବୈଠକର କୌଣସି ଆବଶ୍ୟକତା ନଥିବା ତିନି ରାଜନୈତିକ ଦଳ କହିଛନ୍ତି । ଗତ ଗୁରୁବାର ଦିନ ବୈଠକ ପାଇଁ ମମତା ବାନାର୍ଜୀ ବିରୋଧୀ ଦଳଗୁଡିକୁ ନିମନ୍ତ୍ରଣ କରିଥିଲେ ।

ତେବେ ରାଜ୍ୟ ସରକାର ଏକତରଫା ନିଷ୍ପତ୍ତି ନେଉଥିବା କାରଣରୁ ଏହି ବୈଠକରେ ସାମିଲ ହେବାର କୌଣସି ଆବଶ୍ୟକତା ନଥିବା କହିଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି । ଅନ୍ୟପଟେ ବିଜେପି ପକ୍ଷରୁ ଜୁନ 20 ତାରିଖକୁ ପଶ୍ଚିମବଙ୍ଗର ସ୍ଥାପନା ଦିବସ ଭାବେ ପାଳନ କରାଯାଉଥିବାରୁ ଦଳ ପକ୍ଷରୁ ଏନେଇ କୌଣସି ବୁଝାମଣା କରାଯିବନି ବୋଲି ସ୍ପଷ୍ଟ କରାଯାଇଛି । ଦଳ ପକ୍ଷରୁ କୁହଯାଇଛି ବଙ୍ଗର ବିଧାନସଭା ବୈଠକ 1947 ଜୁନ 20 ତାରିଖରେ ବସିଥିଲା ଓ ବିଭାଜନ ଉପରେ ନିଷ୍ପତ୍ତି ନିଆଯାଇଥିଲା ।
କଂଗ୍ରେସ ମଧ୍ୟ ସ୍ପଷ୍ଟ କରିଛି ଯେ, ପଶ୍ଚିମବଙ୍ଗ ଦିବସ ଭଳି କିଛି ନାହିଁ । ଏହାକୁ କେବଳ ରାଜନୈତିକ ରୂପ ଦେବାକୁ ଚେଷ୍ଟା କରାଯାଉଛି, ତେଣୁ ଆମେ ସାମିଲ ହେବୁନାହିଁ ।

Show More

Related Articles

Back to top button