Breaking PLUSଓଡ଼ିଶାମୁଖ୍ୟ ଖବର

ଦିିନିକିଆ ନୂଆପଡା ଗସ୍ତରେ ଡିଜିପି

() ଦିନିକିଆ ନୂଆପଡା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ଏହି ଗସ୍ତକାଳରେ ସେ ସୁନାବେଡ଼ା ଅଭୟାରଣ୍ୟର ବିଭିନ୍ନ ମାଓ ଅଞ୍ଚଳର ସମୀକ୍ଷା କରିବା ସହ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆଇନ ଶୃଙ୍ଖଳା ଉପରେ ଆଲୋଚନା କରିଛନ୍ତି । ଡିଜିପିଙ୍କ ସହିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା, CRPF ଡିଆଇଜି ଏବଂ ଗୁଇନ୍ଦା ବିଭାଗର ଏଡିଜି ସଞ୍ଜୀବ ପଣ୍ଡା, ନୂଆପଡ଼ା ଏସପି ରାଘବେନ୍ଦ୍ର ଗୁଣ୍ଡାଲା ରେଡ୍ଡୀ ମଧ୍ୟ ସାମିଲ ହୋଇଥିଲେ । ଜିଲ୍ଲାରେ ବଢୁଥିବା ମାଓ ହିଂସାର ସ୍ଥିତି ପରିଖିବା ସହ ମାଓଦମନକୁ ଜୋରଦାର କରିବା ପାଇଁ କହିଛନ୍ତି ଡିଜିପି । ଏହାସହ ଅସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି ।

Show More

Related Articles

Back to top button