Breaking PLUSଦେଶ ବିଦେଶମୁଖ୍ୟ ଖବର

ଇମ୍ରାନ ଖାନ୍ ଙ୍କୁ ମିଳିଲା ଜାମିନ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଗଷ୍ଟ ୬ ତାରିଖରେ ତୋଷଖାନା ମାମଲାରେ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣା ଯାଇଥିଲା। ତାଙ୍କୁ ମଙ୍ଗଳବାର ଜାମିନ୍‌ ପ୍ରଦାନ କରାଯାଇଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କ୍ଷମତାରେ ଥିବା ସମୟ‌ରେ ଅନେକ ଦାମୀ ଉପହାର ସବୁ ବିକ୍ରି କରି ଫାଇଦା ଉଠାଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏକ ଗ୍ରାଫ୍‌ ବ୍ରାଣ୍ଡ୍‌ର ୱାଚ୍‌ ସହ ୫ଟି ଦାମୀ ହାତଘଣ୍ଟା ଏବଂ ଅନ୍ୟାନ୍ୟ ଦାମୀ ଉପହାର ସବୁ ପାଇଥିଲେ।

ଇମ୍ରାନଙ୍କୁ ମିଳିଥିବା ଗ୍ରାଫ୍‌ ୱାଚ୍‌ର ମୂଲ୍ୟ ୩.୮ ନିୟୁତ ପାକିସ୍ତାନୀ ଟଙ୍କା (ପିକେଆର୍‌)। ଇମ୍ରାନ ଖାନ୍‌ ୨୦୧୮ ଅକ୍ଟୋବରରେ ଏହି ଉପହାରଗୁଡ଼ିକୁ ଖୁବ୍‌ ଅଳ୍ପ ମୂଲ୍ୟ ଦେଇ ତୋଷଖାନାରୁ ନେଇଯାଇଥିଲେ। ୨୦୧୮ ସେପ୍ଟେମ୍ବରରେ ଇମ୍ରାନ ମାତ୍ର ୨୦ ନିୟୁତ ପିକେଆର ଦେଇ ୮୫ ନିୟୁତ ପିକେଆରର ଏକ ଗ୍ରାଫ୍‌ ହାତଘଣ୍ଟା , ୫.୬ ନିୟୁତ ପିକେଆର୍‌ର ଏକ କଫ୍‌ଲିଙ୍କ୍‌ସ, ୧.୩ ନିୟୁତ ପିକେଆର୍‌ର ପେନ୍‌ ଏବଂ ୮.୭୫ ନିୟୁତ ପିକେଆର୍‌ର ଏକ ରିଙ୍ଗ୍‌ ହାସଲ କରିଥିଲେ। ୧.୫ ନିୟୁତ ପିକେଆର୍‌ର ଏକ ରୋଲେକ୍ସକୁ ମଧ୍ୟ ଇମ୍ରାନ୍‌ ମାତ୍ର ୨୯୪,୦୦୦ ଟଙ୍କା ବିନିମୟରେ ହାସଲ କରିଥିବା ଜଣାପଡ଼ିଛି। ୨୦୧୮ ନଭେମ୍ବରରେ ଇମ୍ରାନ ୯୦୦,୦୦୦ ପିକେଆର୍‌ର ଏକ ରୋଲେକ୍ସକୁ ମାତ୍ର ୩୩୮,୬୦୦ ପିକେଆର ଦେଇ ରଖିଥିଲେ। ଏହାର ବର୍ଷକ ପରେ ଇମ୍ରାନ ୧.୯ ନିୟୁତ ପିକେଆର୍‌ର ଏକ ଘଡ଼ିକୁ ବହୁତ ଶସ୍ତାରେ ହାତେଇଥିଲେ। ୨୦୨୦ ସେପ୍ଟେମ୍ବରରେ ଇମ୍ରାନ ୪.୪ ନିୟୁତ ପିକେଆର୍‌ର ଏକ ରୋଲେକ୍ସକୁ ୨.୪ ନିୟୁତ ପିକେଆର୍‌ରେ ରଖିଥିଲେ। ଏଥିରେ ଅନ୍ୟ ଉପହାର ମଧ୍ୟ ରହିଥିଲା। ଏହି ସମାନ ମାସରେ ଇମ୍ରାନଙ୍କ ପତ୍ନୀ ବୁଶରା ବିବି ୧୦ ନିୟୁତ ପିକେଆର୍‌ର ଏକ ହାର, ୨.୪ ନିୟୁତ ପିକେଆର୍‌ର ଏକ ବ୍ରେସଲେଟ୍‌, ୨.୮ ନିୟୁତ ପିକେଆର୍‌ର ଏକ ମୁଦି ଏବଂ ୧.୮୫ ନିୟୁତର କାନଫୁଲକୁ ୯ ନିୟୁତ ପିକେଆର୍‌ ପୈଠ କରି ନେଇଥିଲେ। ପାକିସ୍ତାନ ଏହାର ତୋଷଖାନା ନୀତିରେ ସଂଶୋଧନ ଆଣିବାପରେ ଏହି ତଥ୍ୟ ଜାରି କରିଥିଲା।

ଏନେଇ ଇସଲାମାବାଦ ହାଇକୋର୍ଟ ସେସନ୍‌ କୋର୍ଟଙ୍କ ରାୟକୁ ସ୍ଥଗିତ ରଖି ମଙ୍ଗଳବାର ଦିନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଙ୍ଗଳବାର ଜାମିନ୍‌ ପ୍ରଦାନ କରିଛନ୍ତି। ସେସନ୍‌ କୋର୍ଟ ତାଙ୍କ ରାୟ‌ରେ ଇମ୍ରାନଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୋମବାର ଇମ୍ରାନ ଖାନଙ୍କ ଆବେଦନକୁ ନେଇ ହାଇକୋର୍ଟ ରାୟ ସଂରକ୍ଷିତ ରଖିବା ପରେ ‌ଏବେ ତାଙ୍କୁ ଜାମିନ୍‌ ମିଳିଛି। ପ୍ରଧାନ ବିଚାରପତି ଆମାର ଫାରୁକ୍ ଏବଂ ଜଷ୍ଟିସ୍ ତାରିକ୍ ମେହମୁଦ ଜାହାଙ୍ଗିରିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ଇସଲାମାବାଦ ହାଇକୋର୍ଟ ଏହି ରାୟ ସଂରକ୍ଷିତ ରଖିଛନ୍ତି। ପୂର୍ବରୁ ସେସନ୍‌ କୋର୍ଟ ଇମ୍ରାନଙ୍କୁ ୫ ବର୍ଷ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବାପାଇଁ ବାରଣ କରିଛନ୍ତି । ଏହା ସହ କୋର୍ଟ ମଧ୍ୟ ଇମ୍ରାନଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।

Show More

Related Articles

Back to top button