Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ମୋଦିଙ୍କ ରାକ୍ଷୀ ଭେଟି, ଉଜ୍ଜଳା ଗ୍ୟାସରେ 2ଶହ ସବସିଡି

ଦେଶବାସୀଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାକ୍ଷୀ ଭେଟି । ଜନତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର (ଏଲପିଜି ମୂଲ୍ୟ)କୁ ୨୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି ସରକାର । ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ ୨୦୦ଟଙ୍କା ସବସିଡି ଘୋଷଣା କରିଛନ୍ତି। ଉଜ୍ଜଳା ଯୋଜନାରେ ୨୦୦ ଟଙ୍କା ସବ୍‌ସିଡିକୁ ମଞ୍ଜୁର କରାଯାଇଛି। ଗ୍ୟାସ ଉପରେ ସବ୍‌ସିଡିକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଉଜ୍ଜ୍ୱଳା ଯୋଜନା ଅଧୀନରେ ଥିବା ହିତାଧିକାରୀ ଏହାର ଲାଭ ଉଠାଇ ପାରିବେ । ଅଗଷ୍ଟ ମାସର ପ୍ରଥମ ଦିନ ପେଟ୍ରୋଲିୟମ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିଥିଲେ । ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା।

Show More

Related Articles

Back to top button