Breaking PLUSଓଡ଼ିଶାମୁଖ୍ୟ ଖବର

ଜେଲରେ ପରୀକ୍ଷା ଦେଉଛି ପୁଞ୍ଜିଲାଲ୍‌ ମେହେର

ବଲାଙ୍ଗିର ଜେଲରେ ପରୀକ୍ଷା ଦେଉଛି ପୁଞ୍ଜିଲାଲ୍‌ ମେହେର । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ହେଉଛି ପୁଞ୍ଜିଲାଲ । OSOU ଅଧୀନରେ ସାମ୍ବାଦିକତା ପାଇଁ ପରୀକ୍ଷା ଦେଉଛି । ଆଜି MJMC ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଦେଉଛି ପୁଞ୍ଜିଲାଲ ।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ନାଁ ଲେଖାଇ ସ୍ନାତକୋତ୍ତର ପାଠ ପଢୁଛନ୍ତି ପୁଞ୍ଜିଲାଲ।
ସୂଚନାଯୋଗ୍ୟ ଅଧ୍ୟାପକରୁ ଅପରାଧୀ ହୋଇଥିଲେ ପୁଞ୍ଜିଲାଲ। ସେ ପଠାଇଥିବା ପାର୍ସଲ ବୋମା ବସ୍ଫୋରଣରେ ପାଟଣାଗଡ଼ ଭୋଳାନାଥ ପଡାର ଇଞ୍ଜିନିୟର ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା। ଆଉ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ସୌମ୍ୟଙ୍କ ପତ୍ନୀ। ଏହି ମାମଲାରେ ପୁଞ୍ଜିଲାଲ୍‌ ଗିରଫ ହୋଇ ୨୦୧୮ ମସିହାରୁ ଜେଲ ଭିତରେ ଅଛନ୍ତି।

Show More

Related Articles

Back to top button