Breaking PLUSଓଡ଼ିଶାମୁଖ୍ୟ ଖବର

୧ରୁ ଉତ୍କେଲାକୁ ନିୟମିତ ଉଡ଼ିବ ବିମାନ, ସରିଲା ଟ୍ରାଏଲ ରନ୍

କଳାହାଣ୍ଡିରୁ ଭୁବନେଶ୍ୱରକୁ ବିମାନ ସେବା ପୂର୍ବରୁ ଆଜି ସରିଛି ଟ୍ରାଏଲ ରନ୍ । ସକାଳ ୮ଟା ୨୨ରେ ଭୁବନେଶ୍ୱର ଛାଡ଼ି ୯ଟା ୨୦ରେ ପହଞ୍ଚିଥିଲା ବିମାନ । ୯ଟା ୪୫ରେ ଉତକେଲାରୁ ଭରିଥିଲା ଉଡ଼ାଣ । ଆସନ୍ତା ୩୧ରୁ ଉତ୍କେଲାକୁ ନିୟମିତ ଉଡ଼ିବ ବିମାନ । ଏଥିପାଇଁ ଆଜି ଟ୍ରାଏଲ ରନ୍ କରାଯାଇଛି । ଇଣ୍ଡିଆ ୱାନ ଏୟାରଲାଇନ୍ସ ୯ ସିଟ୍‌ ବିଶିଷ୍ଟ ବିମାନ ଚଳାଇବ । ପ୍ରାରମ୍ଭିକ ଭାବେ ବିମାନ ଟିକେଟ୍‌ ଦାମ୍ ୯୯୯ ଟଙ୍କା ସ୍ଥିର ହୋଇଛି । ପ୍ରତିଦିନ ସକାଳ ୭ଟା ୧୫ରେ ଭୁବନେଶ୍ୱର ଛାଡ଼ି ୮ଟା ୨୫ରେ ପହଞ୍ଚିବ । ପୁଣି ୮ଟା ୫୦ରେ ଉତ୍କେଲା ଛାଡ଼ି ୧୦ଟାରେ ଭୁବନେଶ୍ୱର ପହଞ୍ଚିବ ।

Show More

Related Articles

Back to top button