ଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

୫ ଦିନ ମଧ୍ୟରେ ୨୦୦ କୋଟିରୁ ଅଧିକ ଆୟ

ବାହୁବଳୀ -୨ର ରେକର୍ଡ ଭାଙ୍ଗିଲା କେଜିଏଫ-୨

ବକ୍ସ ଅଫିସ୍‌ରେ ଭଲ ଆୟ କରୁଛି ଫିଲ୍ମ ‘କେଜିଏଫ-୨’ । ଫିଲ୍ମ ରିଲିଜ ହେବାର ମାତ୍ର ପଞ୍ଚମ ଦିନରେ ୨୦୦ କୋଟିରୁ ଅଧିକ ଆୟ କରିଛି । ବାହୁବଳୀ ୨ ରିଲିଜ ହେବାର ୭ ଦିନ ମଧ୍ୟରେ ୨୦୦ କୋଟି ରୁ  ଆୟ କରି ରେକର୍ଡ କରିଥିବା ବେଳେ ଏହି ରେକର୍ଡ ଏବେ ଭାଙ୍ଗିଛି କେଜିଏଫ୍‌ -୨ । ଏହି ରେକର୍ଡ ବର୍ତ୍ତମାନ ସମସ୍ତଙ୍କ ଆଶ୍ଚର୍ଯ୍ୟ ଚକିତ କରିଛି ।

ସୂଚନାନୁଯାୟୀ, କେଜିଏଫ-୨ର ହିନ୍ଦୀ ଭର୍ସନ ରିଲିଜ ହେବାର ପ୍ରଥମ ଦିନ ୫୩.୯୫ କୋଟି ଆୟ କରିଥିଲା। ଏହାପରେ ଦ୍ୱିତୀୟ ଦିନରେ ୪୬.୭୯ କୋଟି, ତୃତୀୟ ଦିନରେ ୪୨.୯ କୋଟି, ଚତୁର୍ଥ ଦିନରେ ୫୧ କୋଟି ଏବଂ ପଞ୍ଚମ ଦିନରେ ୨୪ କୋଟି ବ୍ୟବସାୟ କରି ମୋଟ ୨୧୯ କୋଟିର ଆୟ କରିଛି । ସେହିପରି ଫିଲ୍ମ ଯେଉଁଭଳି ଭାବରେ ବ୍ୟବସାୟ ଜାରି ରଖିଛି ୭ ଦିନ ମଧ୍ୟରେ ଏହା ଆଉ ଏକ ରେକର୍ଡ ଭାଙ୍ଗିପାରେ ବୋଲି ଆଶା କରାଯାଉଛି ।

Show More

Related Articles

Back to top button