Breaking PLUSଅପରାଧମୁଖ୍ୟ ଖବରଶିକ୍ଷା

ପିଲାଙ୍କୁ ବହି ନଦେଇ ବିକ୍ରି କରୁଛନ୍ତି ପ୍ରଧାନ ଶିକ୍ଷକ

ପିଲାଙ୍କ ଭବିଷ୍ୟତକୁ ଅନ୍ଧାର କରୁଛନ୍ତି ପ୍ରଧାନ ଶିକ୍ଷକ ।

ସୁନ୍ଦରଗଡ: ପିଲାଙ୍କ ଭବିଷ୍ୟତକୁ ଅନ୍ଧାର କରୁଛନ୍ତି ପ୍ରଧାନ ଶିକ୍ଷକ । ପିଲାଙ୍କ ପାଇଁ ଆସିଥିବା 19-20, 20-21, 21-22 ର ବହି ପିଲାଙ୍କୁ ଦେବା ବଦଳରେ କବାଡି ଵାଲାଙ୍କୁ ବିକି ଦେଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ସର୍ଗୀଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ଏଭଳି ଏକ ସାଙ୍ଘାତିକ ଅଭିଯୋଗ । ଜଣେ କବାଡ଼ି ବାଲା ଅଟୋରେ ବହି ଭର୍ତ୍ତି କରି ନେଇ ଯାଉଥିବା ବେଳେ ତେହେରେଇ ବେଳକୁଦର ନିକଟରେ ଅଟୋ ଖରାପ ହେବାରୁ ଅଟକି ଯାଇଥିଲା ।  ଅଟୋକୁ ଷ୍ଟାର୍ଟ ପାଇଁ ଗାଁ ଲୋକେ ଧକ୍କା ଦେବାକୁ ଯିବା ସମୟରେ ଜଣାପଡିଲା ଗାଡିରେ ରହିଛି ପିଲାଙ୍କ ବହି । ପରେ ଘଟଣାରୁ ଜାଣିବାକୁ ମିଳିଲାଯେ, ସର୍ଗୀଗଡ ସ୍କୁଲର ପ୍ରଧାନ ଶିକ୍ଷକ ବହି ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି ।

Show More

Related Articles

Back to top button