ବଲିଉଡସେଲିବ୍ରିଟି

ଶେଷ ହେଲା ହଲଦୀ, ଆସନ୍ତାକାଲି ବାହାଘର

ଆଜି ବଲିଉଡ ଅଭିନେତା ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ଙ୍କର ସରିଛି ହଳଦୀ ସମାରୋହ । ଆସନ୍ତାକାଲି ରାଜସ୍ଥାନର ସାୱାଇ ମାଧୋପୁର ଜିଲ୍ଲାର ସିକ୍ସ ସେନ୍ସ ଦୁର୍ଗରେ ରାଜକୀୟ ଢଙ୍ଗରେ ହେବ ବାହାଘର । ଏନେଇ ସମସ୍ତ ପ୍ରସ୍ତୁତି ସରିଛି ।

ସେମାନଙ୍କର ବିବାହର ସମସ୍ତ କାର୍ଯ୍ୟକ୍ରମ ୭ ଡିସେମ୍ବରରୁ ଆରମ୍ଭ ହୋଇଛି । ଗତକାଲି ରାତିରେ ଏହି ଦମ୍ପତି ସେମାନଙ୍କ ସଂଗୀତ ମେହେନ୍ଦୀ କାର୍ଯ୍ୟକ୍ରମକୁ ପୁରା ଉପଭୋଗ କରିଛନ୍ତି ଏବଂ ଆଜି ଦମ୍ପତିଙ୍କ ବିବାହ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ହଲଦୀ ସମାରୋହ ଅନୁଷ୍ଠିତ ହୋଇଛି ।

ଆାଜି ସକାଳ ୧୧.୩୦ରୁ ଆରମ୍ଭ ହୋଇଥିଲା ଏହି ହଳଦୀ କାର୍ଯ୍ୟକ୍ରମ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଜି ଭିକି-କ୍ୟାଟ୍‌ଙ୍କ ହଲଦି ସମାରୋହ ମଧ୍ୟ ତାଙ୍କ ସଙ୍ଗୀତ୍‌ ଓ ମେହେନ୍ଦୀ ପରି ରାଜକୀୟ ଶୈଳୀରେ ପରିବେଷଣ କରାଯିବ । ଆଜି ୧୧.୩୦ ରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ସନ୍ଧ୍ୟାରେ ଶେଷ ହେବ । ଉଭୟ ପାରମ୍ପାରିକ ଉପାୟରେ ହଳଦୀ ରସମକୁ ରୀତିନୀତି କରିବେ । ଏହି କାର୍ଯ୍ୟକ୍ରମ ପରେ ରାତିରେ ଡିନର ପରେ ଏକ ଚମତ୍କାର ପୁଲ୍‌ ପାର୍ଟିର ଆୟୋଜନ ହେବ । ଏହି ସମାରୋହରେ ଯୋଗ ଦେଉଥିବା ବଡ ବଡ ବଲିଉଡର ଷ୍ଟାରମାନଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି ।

Show More

Related Articles

Back to top button