ବାଣିଜ୍ୟ

ରେପୋ ରେଟ୍ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ

ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା । ୪ ପ୍ରତଶତ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ସେହିଭଳି ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଲା ରିଭର୍ସ ରେପୋରେଟ୍ ।

କୋଭିଡ କାରଣରୁ ଆକୋମୋଡେଟିଭ୍ ଷ୍ଟାନ୍ସ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରେସମିଟରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ତେବେ, ବର୍ତ୍ତମାନର ପରିସ୍ଥିତିରେ, ବଜାର ବିଶେଷଜ୍ଞମାନେ ଆଶା କରିଥିଲେ ଯେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତଥର ଭଳି ନୀତି ହାରରେ ପରିବର୍ତ୍ତନ କରିବେ ନାହିଁ ।

ରିଜର୍ଭ ବ୍ୟାଙ୍କର ଏମପିସିର ଏହା ହେଉଛି କ୍ରମାଗତ ଦଶମ ବୈଠକ, ଯେଉଁଥିରେ ନୀତି ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ । ମେ ୨୦୨୦ ବୈଠକରେ ଆରବିଆଇ ରେପୋ ରେଟ୍ ହଟାଇ ୪ ପ୍ରତିଶତ ରଖିଥିଲା । ଯାହାକି ଗତ ୨୧ ବର୍ଷ ମଧ୍ୟରେ ଥିଲା ସର୍ବନିମ୍ନ ସ୍ତର ।

Show More

Related Articles

Back to top button