Breaking PLUSଦୁର୍ଘଟଣାମୁଖ୍ୟ ଖବର

ସିଡିଏସ୍ ବିପିନ୍ ରାଓ୍ୱତ୍‌ଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ସ୍ପଷ୍ଟ କଲା ବାୟୁସେନା

ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ୍ ରାଓ୍ୱତ୍‌ଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ବିମାନରେ ସିଡିଏସ୍ ବିପିନ ରାଓ୍ୱତଙ୍କ ସମେତ ମୋଟ୍ ୧୪ ଜଣ ଥିଲେ । ତୁରନ୍ତ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ବାୟୁସେନା।

ଆଜି ଅପରାହ୍ଣରେ କୁନୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ଏନେଇ ବାୟୁସେନା ସ୍ପଷ୍ଟ କରିଛି । ବାୟୁସେନାର MI-17 V 5 ହେଲିକପ୍ଟରରେ ସିଡିଏସ୍ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ଓ ଷ୍ଟାଫ୍ ମେମ୍ବରଙ୍କୁ ମିଶାଇ ୧୪ ଜଣ ଥିବା ସୂଚନା ମିଳିଛି ।

ସିଡିଏସ୍ ଜେନେରାଲ ବିପିନ୍ ରାୱତ୍‌, ବିପିନ୍ ରାୱତ୍‌ଙ୍କ ପତ୍ନୀ ମଧୁଲିକା ରାୱତ୍‌, ବ୍ରିଗେଡିୟର ଏଲ.ଏସ୍‌ ଲିଡର, ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ ହରଜିନ୍ଦର ସିଂ, ନାଏକ ଗୁରସେୱକ ସିଂ, ନାଏକ ଜିତେନ୍ଦ୍ର କୁମାର, ଲାନ୍ସ ନାଏକ ବିବେକ କୁମାର, ଲାନ୍ସ ନାଏକ ବି ସାଇ ତେଜା, ହାବିଲଦାର ସତପାଲ୍ ସେହି ହେଲିକେପ୍ଟରରେ ଥିଲେ ।

ଏହି ଦୁର୍ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ  ପ୍ରତିରକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ଦୁର୍ଘଟଣା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରିଛନ୍ତି ରାଜନାଥ ।

Show More

Related Articles

Back to top button