ଦେଶ ବିଦେଶ

ପ୍ରିୟଙ୍କା ଗାନ୍ଧୀଙ୍କ ବଡ ଘୋଷଣା- -‘ପ୍ରତ୍ୟେକ ଥାନାରେ ମହିଳା କନେଷ୍ଟବଳ, ୨୫ ସହରରେ ହଷ୍ଟେଲ, ସ୍ନାତକ ଛାତ୍ରୀଙ୍କୁ ସ୍କୁଟି’

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ଜନତାଙ୍କ ଭୋଟ ହାତେଇବାକୁ ନାନା ପ୍ରତିଶୃତି ଦେଉଛନ୍ତି। ବୁଧବାର ଦିନ କଂଗ୍ରେସ ତରଫରୁ ମହିଳା ଭୋଟର୍ସଙ୍କୁ ନିଜ ଆଡକୁ ଟାଣିବାକୁ ଅଲଗା ଘୋଷଣା ପତ୍ର ଜାରି କରାଯାଇଛି।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ନୌରେ ସାମ୍ବାଦିକ ସମ୍ମିଳନୀରେ ମହିଳାଙ୍କ ସଶକ୍ତିକରଣ ଉପରେ ଜୋର ଦେଓ ଘୋଷଣା ପତ୍ର ଜାରି କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ କଣ କଣ ବଡ ଘୋଷଣା କରିଛନ୍ତି ଜାଣନ୍ତୁ।

୧. ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କଂଗ୍ରେସ ମହିଳାଙ୍କୁ ୪୦% ଟିକେଟ ଦେବ। ଏହି ଘୋଷଣାପତ୍ର ପ୍ରଦେଶର ମହିଳାଙ୍କ ଆଶା ଓ ଆକାଂକ୍ଷାର ସାମୁହିକ ଅଭିବ୍ୟକ୍ତ ଯାହା ବର୍ତ୍ତମାନ ସରକାରରେ ଅଦ୍ଭୂତପୂର୍ବ ହିଂସା, ଶୋଷଣ, ସରକାରଙ୍କ ମହିଳା ବିରୋଧୀ ବିଚାରଧାରାକୁ ସାମ୍ନା କରୁଛି।

୨. ମହିଳାଙ୍କୁ ୫୦% ଚାକିରୀ ଦେଉଥିବା ସଂସ୍ଥାକୁ ଆଶ୍ବସ୍ତି ମିଳିବ। ଚାକିରିଆ ମହିଳାଙ୍କ ପାଇଁ ଛାତ୍ରାବାସ ତିଆରି ହେବ। ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ସ୍ମାର୍ଟଫୋନ ଦିଆଯିବ।

୩. ସ୍ନାତକରେ ଆଡ଼ମିଶନ କରିଥିବା ପ୍ରତ୍ୟେକ ଝିଅମାନଙ୍କୁ ସ୍କୁଟି ମିଳିବ। ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯିବ ଯେପରି ସେମାନେ ସଶକ୍ତ ହେବେ।

୪. ୩ଟି ସିଲିଣ୍ଡର ଫ୍ରି ଦିଆଯିବ। ଗ୍ରାମ ପଞ୍ଚାୟତରେ ମହିଳା ଚୌପାଳ ଓ ଗରିବଙ୍କୁ ଫ୍ରି ଇଣ୍ଟରନେଟ ଦିଆଯିବ।

୫. ପୋଲିସବଳରେ ୨୫%ମହିଳାଙ୍କୁ ନିଯୁକ୍ତି ଦିଆଯିବ। ପ୍ରତ୍ୟେକ ଥାନାରେ ମହିଳା କନେଷ୍ଟବଳ ନିୟୋଜିତ ହେବେ।

୬. ମହିଳାଙ୍କୁ ଶସ୍ତା ଋଣ, ଚାକିରିଆ ମହିଳାଙ୍କ ପାଇଁ ୨୫ ସହରରେ ଛାତ୍ରାବାସ, ୧୦ ହଜାର ମାନପତ୍ର, ୪% ରେ ଋଣ, ରାସନ ଦୋକାନରେ ୫୦ ପ୍ରତିଶତ ସଞ୍ଚାଳନ ମହିଳାଙ୍କ ଦ୍ୱାରା ହେବ।

୭. ଉତ୍ତର ପ୍ରଦେଶରେ ୮ ଲକ୍ଷ ମହିଳାଙ୍କୁ ରୋଜଗାର ମିଳିବ। ମହିଳାଙ୍କୁ ମନରେଗାରେ ପ୍ରାଥମିକତା ମିଳିବ। ସରକାରୀ ପଦବୀରେ ୪୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିବ।

୮. ମହିଳାଙ୍କ ପାଇଁ ୧୦ ଆବାସିକ ଖେଳ ଏକାଡେମୀ, ଝିଅମାନଙ୍କ ପାଇଁ ଇଭିନିଙ୍ଗ ସ୍କୁଲ ଖୋଲାଯିବ, ମହିଳାଙ୍କ ପାଇଁ ଫ୍ରି ବସ ସେବା ଦିଆଯିବ ବୋଲି ପ୍ରିୟଙ୍କା ଗାନ୍ଧୀ ପ୍ରତିଶୃତି ଦେଇଛନ୍ତି।

Show More

Related Articles

Back to top button