ଦେଶ ବିଦେଶମୁଖ୍ୟ ଖବର

ଅନ୍ୟ ଭାରିଆଣ୍ଟଠୁ ଓମିକ୍ରନ୍‌ ଅଧିକ ସଂକ୍ରାମକ, କିନ୍ତୁ ଲକ୍ଷଣ କମ୍‌

କୋଭିଡ ପାଇଁ ଯେମିତି ସତର୍କତା ଅବଲମ୍ବନ କରାଯାଉଛି । ସେମିତି ଓମିକ୍ରନ୍ ଭାରିଆଣ୍ଟ ପାଇଁ ସତର୍କ ରହିବା ଆବଶ୍ୟକ ।

ଟେକ୍ନିକାଲ ଏବଂ କମ୍ୟୁନିଟି କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମକୁ ସତର୍କତା ସହିତ ରହିବାକୁ ପଡିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିଛି ଯେ, ଯେଉଁମାନେ ଭ୍ୟାକ୍ସିନ ନେଇନାହାନ୍ତି । ସେମାନଙ୍କ ପାଇଁ ଅଧିକ ରିସ୍କ ରହିଛି । ଶିଶୁ ମାନେ ମଧ୍ୟ ରିସ୍କ ଜୋନରେ ଅଛନ୍ତି । ସେଥିପାଇଁ ସିଏଚସି ଏବଂ ପିଏଚସିରେ ପେଡିଆଟ୍ରିକ ମ୍ୟାନେଜମେଣ୍ଟ କରିବାକୁ ବ୍ୟବସ୍ଥା କରାଯାଇଛି ।

ଏଚଡିୟୁ ଏବଂ ଆଇସିୟୁ ବ୍ୟବସ୍ଥା କରାଯାଉଛି । ଶିଶୁ ମାନଙ୍କ ଚିକିତ୍ସା ପାଇଁ ଭିନ୍ନ ଗାଇଡ଼ଲାଇନ ରହିଛି । ତେଣୁ ସ୍ବାସ୍ଥ୍ଯକର୍ମୀ ମାନଙ୍କୁ ତାଲିମ ଦିଆଯାଉଛି । ସେହିପରି ଓମିକ୍ରନ ଭାରିଆଣ୍ଟର ସଂକ୍ରାମକ କ୍ଷମତା ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ । ଓମିକ୍ରନ ସଂକ୍ରମଣରେ ଲକ୍ଷଣ କମ୍ । ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି, ଏବେ ଯାଏଁ ଓମିକ୍ରନରେ ମୃତ୍ୟୁ ସଂଖ୍ୟା ଶୁନ୍‌ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ତେବେ ପଜିଟିଭ୍ ହୋଇଥିବା ୪ ବିଦେଶ ଫେରନ୍ତା ଲକ୍ଷଣ ବିହୀନ । ସେମାନଙ୍କ ଜିନମ ସିକ୍ୟୁଏନ୍‌ସି ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ।

Show More

Related Articles

Back to top button