ବଲିଉଡସେଲିବ୍ରିଟି

ଡିସେମ୍ବରରେ ହାତକୁ ଦି ହାତ ହେବେ କି କ୍ୟାଟ୍ରିନା!

ବିବାହ କରିବେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ! କ୍ୟାଟ୍ରିନା କୈଫ୍‌ ଏବଂ ଅଭିନେତା ଭିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । କେବେ ଭିକି ଓ କ୍ୟାଟ୍ରିନା ବିବାହ ବନ୍ଧନରେ ଆବଦ୍ଧ ହେବେ ସେ ନେଇ ପ୍ରଶଂସକ ବେଶ୍‌ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି ।

ତେବେ ଇ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ଉଭୟ କ୍ୟାଟ୍ରିନା ଏବଂ ଭିକି ଆଗାମୀ ଡିସେମ୍ବରରେ ହାତକୁ ଦି ହାତ ହୋଇପାରନ୍ତି । ବିବାହ ସମାରୋହ ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି । ତେବେ ଅଗଷ୍ଟରେ ଭିକିଙ୍କ ସହ କ୍ୟାଟ୍ରିନାଙ୍କ ନିର୍ବନ୍ଧ ହୋଇଥିବା ଗୁଜବକୁ କ୍ୟାଟ୍ରିନା ଅସ୍ୱୀକାର କରିଥିଲେ । ଇ ଟାଇମ୍ସର ଏକ ନୂତନ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଦମ୍ପତି ସେମାନଙ୍କ ବିବାହ ସମାରୋହ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଡିସେମ୍ବରରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ।

Show More

Related Articles

Back to top button