Breaking PLUSଓଡ଼ିଶାଦେଶବ୍ୟକ୍ତିତ୍ୱମୁଖ୍ୟ ଖବର

ଖେଳରତ୍ନ ପରୁସ୍କାର ଦୌଡରେ ଅଛନ୍ତି ଓଡ଼ିଶାର ପ୍ରମୋଦ ଭଗତ

୨୦୨୧ ଖେଳରତ୍ନ ଏବଂ ଅର୍ଜୁନ ପରୁସ୍କାର ପାଇଁ ଉଲ୍ଲେଖନୀୟ କ୍ରୀଡ଼ାବିତ୍‌ଙ୍କ ନାମ ସୁପାରିଶ କରିଛି ନ୍ୟାଶନାଲ୍‌ ସ୍ପୋର୍ଟସ୍‌ ଆୱାର୍ଡ କମିଟି । ଖେଳରତ୍ନ ପାଇଁ ମୋଟ ୧୧ ଜଣଙ୍କ ନାମ ସୁପାରିଶ କରିଥିବା ବେଳେ ୩୫ କ୍ରୀଡ଼ାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ ସୁପାରିଶ କରାଯାଇଥିବା ଜଣାପଡ଼ିଛି । ଏହା ମଧ୍ୟରେ ଓଡ଼ିଶାର ବ୍ୟାଡ୍‌ମିଣ୍ଟନ ଖେଳାଳୀ ତଥା ପାରାଅଲିମ୍ପିକ୍‌ ଗୋଲ୍ଡ ବିଜେତା ପ୍ରମୋଦ ଭଗତଙ୍କ ନାମ ଖେଳରତ୍ନ ପାଇଁ ସୁପାରିଶ କରାଯାଇଛି । ସୁନୀଲ୍‌ ଛେତ୍ରୀ, ମିତାଲି ରାଜ୍‌, ନୀରଜ ଚୋପ୍ରାଙ୍କ ନାମ ମଧ୍ୟ ଖେଳରତ୍ନ ପାଇଁ ସୁପାରିଶ କରାଯାଇଛି ।

ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନ ଚାନ୍ଦ ‘ଖେଳ ରତ୍ନ’ ପୁରସ୍କାର ପାଇବେ ପ୍ରମୋଦ ଭଗତ । ଜାତୀୟ କ୍ରୀଡ଼ା ପୁରସ୍କାର କମିଟି ବୁଧବାର ପ୍ରମୋଦଙ୍କ ନାଁ ସୁପାରିସ୍ କରିଛି । ଏଥିସହ ପ୍ରମୋଦ ପ୍ରଥମ ଓଡ଼ିଆ କ୍ରୀଡ଼ାବିତ୍ ଭାବେ ‘ଖେଳ ରତ୍ନ’ ପୁରସ୍କାର ପାଇବେ । ଏହା ପୂର୍ବରୁ କୌଣସି ଓଡ଼ିଆଙ୍କୁ ‘ଖେଳ ରତ୍ନ’ରେ ସମ୍ମାନିତ କରାଯାଇନଥିଲା ।

Show More

Related Articles

Back to top button