ବଲିଉଡସେଲିବ୍ରିଟି

ବିବାହ କରିବେ ଚର୍ଚ୍ଚିତ ଯୋଡି ଆଲିଆ-ରଣବୀର!

ଖୁବ୍ ଶୀଘ୍ର କପୁର ଫ୍ୟାମିଲିରେ ଯୋଡ଼ି ହେବେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟ । ନିକଟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ରଣବୀରଙ୍କ ମା’ ନୀତୁ କପୁର ଖୁବ୍‌ଶୀଘ୍ର ଆଲିଆଙ୍କୁ ବୋହୂ କରି ଘରକୁ ଆଣିବେ ବୋଲି କହି ସାରିଲେଣି । ଏହି ଖବର ସାମ୍ନାକୁ ଆସିବା ପରେ ଆଲିଆ-ରଣବୀରଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ଗତବର୍ଷ ମଧ୍ୟ ଏହି ପ୍ରେମୀଯୁଗଳଙ୍କ ବିବାହ ଖୁବ୍‌ ଚର୍ଚ୍ଚାରେ ଥିଲା । କିନ୍ତୁ କରୋନା ଯୋଗୁ ବିବାହକୁ ସ୍ଥଗିତ ରଖାଯାଇଥିଲା । ଏବେ ଶୁଣିବାକୁ ମିଳୁଛି, ଏହି ଯୋଡ଼ି ଆସନ୍ତା ଡିସେମ୍ବରରେ ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

Show More

Related Articles

Back to top button